କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଯୋଗୀ

0

ଲକ୍ଷ୍ନୌ: ତୀବ୍ର ହେବାରେ ଲାଗିଛି ଉତ୍ତରପ୍ରଦେଶର ରାଜନୈତିକ ସ୍ଥିତି । ନେତାମାନେ ପରଷ୍ପର ବିରୋଧରେ ଅଭିଯୋଗ ଆଣୁଛନ୍ତି। ଏହାରି ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ମଙ୍ଗଳବାର ‘ମୁଖ୍ୟମନ୍ତ୍ରୀ ତୀର୍ଥ ଯାତ୍ରା ଯୋଜନା’ ମାଧ୍ୟମରେ ଦିଲ୍ଲୀବାସୀଙ୍କୁ ମାଗଣା ଅଯୋଧ୍ୟା ବୁଲାଇବେ ବୋଲି ଘୋଷଣା କରିଛନ୍ତି । ତାଙ୍କର ଏହି ଘୋଷଣା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୋରଦାର ବର୍ଷିଛନ୍ତି। ଯୋଗୀ କହିଛନ୍ତି, ଲକଡାଉନ୍ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ପ୍ରବସୀ ଶ୍ରମିକଙ୍କୁ ଘଉଡ଼ାଇଲେ ଆଉ ଏବେ ନିର୍ବାଚନ ସମୟରେ ଉତ୍ତରପ୍ରଦେଶ ମନେ ପଡ଼ୁଛି। ଯେତେବେଳେ ସମୟ ଥିଲା ସେ ୟୁପି ଏବଂ ବିହାରର ପ୍ରବାସୀଙ୍କୁ ଅଟକାଇପାରିଲେ ନାହିଁ। ସେମାନଙ୍କ ପାଇଁ ରହିବା- ଖାଇବା ବ୍ୟବସ୍ଥା କରିପାରିଲେ ନାହିଁ। ଏବେ ସେମାନଙ୍କ ପାଇଁ ମାଗଣା ସେବା ଯୋଗାଇବା ନାଁରେ ନିର୍ବାଚନୀ ଫାଇାଦା ନେବାକୁ ଚାହୁଁଛନ୍ତି ବୋଲି ଯୋଗୀ ଅଭିଯୋଗ ଆଣିଛନ୍ତି।