ମାର୍ଚ୍ଚ ୧୮ରୁ ୟେସ୍ ବ୍ୟାଙ୍କର ୧୧୩୨ଟି ଶାଖା ଖୋଲିବ

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ୟେସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ୟେସ୍ ବ୍ୟାଙ୍କର ସମସ୍ତ ଶାଖା ଆସନ୍ତା ୧୮ରେ ଖୋଲିବ । ମାର୍ଚ୍ଚ ୧୮ରୁ ୟେସ୍ ବ୍ୟାଙ୍କର ୧୧୩୨ଟି ଶାଖା ଖୋଲିବ । ୧୮ରୁ ସବୁ ଶାଖାରେ ଡିଜିଟାଲ ସମେତ ସମସ୍ତ ସୁବିଧା ଉପଲବ୍ଧ ହେବ । ଏନେଇ ଟୁଇଟ କରି ୟେସ୍ ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି ।
ୟେସ ବ୍ୟାଙ୍କ ପୁର୍ନଗଠନ ପ୍ରକ୍ରିୟାରେ ଷ୍ଟେଟ ବ୍ୟାଙ୍କର ବଡ଼ ଭୂମିକା ରହିବ । ଷ୍ଟେଟବ୍ୟାଙ୍କରେ ୟେସ ବ୍ୟାଙ୍କର ୪୯ ପ୍ରତିଶତ ଅଂଶୀଦାରୀ ରହିବ । ଷ୍ଟେବ୍ୟାଙ୍କ ପାଇଁ ୩ ବର୍ଷ ଲକଇନ ପରିୟଡ଼ ରହିବ । ଅନ୍ୟ ଘରୋଇ ନିବେଶକଙ୍କୁ ମଧ୍ୟ ଆମନ୍ତ୍ରଣ କରାଯିବ । ଘରୋଇ ନିବେଶଙ୍କ ସହ ରିଜର୍ଭ ବ୍ୟାଙ୍କ ଆଲୋଚନା କରୁଛି । ୟେସ ବ୍ୟାଙ୍କର ପାଣ୍ଠି ୧୧୦୦ କୋଟି ୬୨୦୦ କୋଟି ବଢିବ । ପୁର୍ନଉଦ୍ଦାର ପାଇଁ ଖୁବ ଶୀଘ୍ର ବଜ୍ଞପ୍ତି ପ୍ରକାଶ ପାଇବ ନେଇ ସୀତାରମଣ ସୂଚନା ଦେଇଛନ୍ତି । ବିଜ୍ଞପ୍ତି ପ୍ରକାଶ ପାଇବାରେ ତିନି ଦିନ ମଧ୍ୟରେ ମୋରାଟୋରିୟମ ଉଠାଯିବ । ସେହିପରି ବିଜ୍ଞପ୍ତି ପ୍ରକାଶ ର ସାତି ଦିନ ମଧ୍ୟରେ ନୂଆ ବୋର୍ଡ଼ ଗଠନ କରାଯିବ । ୟେସ ବ୍ୟାଙ୍କ ବୋର୍ଡ଼ରେ ଷ୍ଟେଟ ବ୍ୟାଙ୍କର ୨ ନିର୍ଦ୍ଦେଶକ ରହିବେ ବୋଲି ସୂଚନା ମିଳିଛି ।