ମଝି ଆକାଶରେ ମୃତ୍ୟୁ , ୩୫ ହଜାର ଫୁଟ ଉଚ୍ଚତାରେ ଚାଲିଗଲା ଜୀବନ
ବିମାନ ଭିତରେ ହଠାତ୍ ହୃଦଘାତ ଯୋଗୁଁ ଜଣେ ଯାତ୍ରୀଙ୍କର ହୋଇଛି ମୃତ୍ୟୁ। ବ୍ୟକ୍ତିଜଣଙ୍କର ଯେତେବେଳେ ମୃତ୍ୟୁ ହୋଇଥିଲା ବିମାନ ୩୫ ହଜାର ଫୁଟ ଉଚ୍ଚତାରେ ଥିଲା।
(ଦିଲ୍ଲୀ) : ବିମାନ ଭିତରେ ହଠାତ୍ ହୃଦଘାତ ଯୋଗୁଁ ଜଣେ ଯାତ୍ରୀଙ୍କର ହୋଇଛି ମୃତ୍ୟୁ। ବ୍ୟକ୍ତିଜଣଙ୍କର ଯେତେବେଳେ ମୃତ୍ୟୁ ହୋଇଥିଲା ବିମାନ ୩୫ ହଜାର ଫୁଟ ଉଚ୍ଚତାରେ ଥିଲା। ତେବେ ବିମାନ ଷ୍ଟାଫ୍ ତାଙ୍କୁ ବଞ୍ଚାଇବାକୁ ଅନେକ ଚେଷ୍ଟା କରି ବିଫଳ ହୋଇଥିଲେ।
ସୂଚନାନୁସାରେ,ଆଇରିଶ ନାମକ ଜଣେ ୮୪ ବର୍ଷୀୟ ଜଣେ ବ୍ୟକ୍ତି Ryanair ଏୟାରଲାଇନ୍ସର ବିମାନରେ ଗତ ଶୁକ୍ରବାର ମଧ୍ୟାହ୍ନରେ ମଞ୍ଚେଷ୍ଟରୁ ମଲାଗା ଅଭିମୁଖେ ଯାତ୍ରା କରୁଥିଲେ। ସେ ପରିବାର ସାଙ୍ଗରେ ଛୁଟି କାଟିବାକୁ ଯାଉଥିବା ବେଳେ ଘଟିଥିଲା ଏହି ଅଘଟଣ। ବିମାନଟି ୩୫, ୦୦୦ ଫୁଟ୍ ଉଚ୍ଚତାରେ ଥିବା ବେଳେ ଆଇରିଶଙ୍କ ହୃଦଘାତ ହୋଇଥିଲା ଓ ବହୁ ଚେଷ୍ଟା ପରେ ବି ତାଙ୍କର ମୃତ୍ୟୁ ହୋଇଥିଲା। ଯାତ୍ରୀଙ୍କୁ ଅଚେତ ଅବସ୍ଥାରେ ଦେଖି ଏୟାରଲାଇନ୍ସ ଷ୍ଟାଫ୍ ପ୍ରାଥମିକ ଉପଚାର କରିବାକୁ ଚେଷ୍ଟା କରିଥିଲେ। ଚିକିତ୍ସା ପାଇଁ ଜଣେ ମେଡିକାଲ ଟ୍ରେନର ଓ ଜଣେ ନର୍ସ ଆଗକୁ ଆସିଥିଲେ, କିନ୍ତୁ ସେତେବେଳେ ଆଇାରିଶଙ୍କ ହାର୍ଟ କାମ କରିବା ବନ୍ଦ କରିଦେଇଥିଲା।
।