ସୁଶୀଲଙ୍କ ଆଗୁଆ ବେଲ୍ ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀର ରୋହିଣୀ କୋର୍ଟ

କୁସ୍ତି ଯୋଦ୍ଧା ସାଗର ରାଣା ହତ୍ୟାକାଣ୍ଡ ଘଟଣାରେ ଅଲିମ୍ପିକ ବିଜେତା ସୁଶୀଲ କୁମାରଙ୍କୁ ଶକ୍ତ ଝଟ୍‌କା । ସୁଶୀଲଙ୍କର ଆଗୁଆ ବେଲ୍ ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀର ରୋହିଣୀ କୋର୍ଟ।

(ଦିଲ୍ଲୀ) : କୁସ୍ତି ଯୋଦ୍ଧା ସାଗର ରାଣା ହତ୍ୟାକାଣ୍ଡ ଘଟଣାରେ ଅଲିମ୍ପିକ ବିଜେତା ସୁଶୀଲ କୁମାରଙ୍କୁ ଶକ୍ତ ଝଟ୍‌କା । ସୁଶୀଲଙ୍କର ଆଗୁଆ ବେଲ୍ ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀର ରୋହିଣୀ କୋର୍ଟ।

ସୂଚନାନୁଯାୟୀ , ଛତ୍ରଶାଳ ଷ୍ଟାଡିୟମରେ କୁସ୍ତି ଯୋଦ୍ଧା ସାଗରଙ୍କ ହତ୍ୟା ପରେ ଫେରାର୍‌ ହୋଇଯାଇଛନ୍ତି ଅଲିମ୍ପିକ ବିଜେତା ସୁଶୀଲ କୁମାର। ଏହାପରେ ଫେରାର ଥିବା ସୁଶୀଲ ନିଜ ଓକିଲ ସାହାଯ୍ୟରେ ଆଗୁଆ ବେଲ୍ ଆବେଦନ କରିଥିଲେ। ଯାହାକୁ ଆଜି ଖାରଜ କରିଦେଇଛନ୍ତି କୋର୍ଟ।

ସୂଚନା ଥାଉକି, ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିବା ସୁଶୀଲଙ୍କୁ ଖୋଜୁଛି ଦିଲ୍ଲୀ ପୋଲିସ୍। ସୁଶୀଲଙ୍କ ସୂଚନା ଦେଲେ ଏକ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ଘୋଷଣା କରାଯାଇଛି। ଏହା ପୂର୍ବରୁ ହତ୍ୟାକାଣ୍ଡ ପରେ ପୋଲିସ ତାଙ୍କ ଘରେ ରେଡ୍ କରିଥିଲା। କିନ୍ତୁ ସୁଶୀଲ ସେଠାରୁ ହରିଦ୍ୱାର ଫେରାର୍ ହୋଇଯାଇଥିଲେ। ପରେ ଋୁଶିକେଶର ଏକ ଆଶ୍ରମରେ ରହିଥିଲେ। ପୁଣି ସେଠାରୁ ଦିଲ୍ଲୀ ଫେରିବା ସହିତ ବର୍ତ୍ତମାନ ସେ ହରିୟାଣାରେ ରହି ନିୟମିତ ଭାବରେ ନିଜ ଜାଗା ପରିବର୍ତ୍ତନ କରୁଥିବା ପୋଲିସକୁ ସୂଚନା ମିଳିଛି।