ମହିଳା ସେନାଙ୍କ ସେଶନ ୨୦୨୧ରୁ ଆରମ୍ଭ ହେବ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସେନାରେ ମହିଳାଙ୍କୁ ସାମିଲ କରିବାକୁ ସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେନାର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ତେଣୁ ପ୍ରଥମ ମହିଳା ବ୍ୟାଚ୍ ୨୦୨୧ ଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ବୁଧବାର ୧୦୦ ମହିଳା ସୈନ୍ୟବଳର ଏକ ବ୍ୟାଚର ପ୍ରଶିକ୍ଷଣ ଚଳିତ ବର୍ଷ ଡିସେମ୍ବର ମାସରୁ ହିଁ ଆରମ୍ଭ ହୋଇଯିବ । ମହିଳାମାନଙ୍କୁ କାର୍ପ୍ସ ଅଫ୍ ମିଲିର୍ଟି ପୋଲିସ୍ କମିଶନ୍ ଦିଆଯିବ । ପ୍ରଶିକ୍ଷଣ ଅବଧି ପୁରୁଷ ସେନା ଭଳି ୬୧ ସପ୍ତାହ ଧରି ଚାଲୁ ରହିବ । ମହିଳା ସୈନ୍ୟଙ୍କ କ୍ୟାଡରରେ ୧୭୦୦ କୋର୍ ରଖାଯିବାର ବ୍ୟବସ୍ଥା କରାଯିବ ।