ଉଦ୍ଧାର ହେଲେ ନିଖୋଜ ଥିବା ମହିଳା

ଉଦ୍ଧାର ହେଲେ ଅନୁଗୁଳ ଜିଲ୍ଲା ହୁଲୁରିସିଙ୍ଗା ଜୋରରେ ଫସିଥିବା ଜଣେ ମହିଳା। ଏକ ମଟର ଲଞ୍ଚ ସାହାଯ୍ୟରେ ଅନୁଗୁଳ ଦମକଳ ବାହିନୀ

(ଅନୁଗୁଳ) : ଉଦ୍ଧାର ହେଲେ ଅନୁଗୁଳ ଜିଲ୍ଲା ହୁଲୁରିସିଙ୍ଗା ଜୋରରେ ଫସିଥିବା ଜଣେ ମହିଳା। ଏକ ମଟର ଲଞ୍ଚ ସାହାଯ୍ୟରେ ଅନୁଗୁଳ ଦମକଳ ବାହିନୀ ଜୋରରେ ଫସି ରହିଥିବା ମହିଳାଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଏକ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ମେଡିକାଲକୁ ନିଆଯାଇଛି। ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ୬୦ ବର୍ଷୀୟ ବ୍ରାହ୍ମଣୀ ବେହେରା ।

ସୂଚନାନୁଯାୟୀ, ଆଜି ସକାଳୁ ଜଣେ ବ୍ରାହ୍ମଣୀ ବେହେରା ହୁଲୁରିସିଙ୍ଗା ଜୋରକୁ ଗାଧୋଇବାକୁ ଯାଇ ପାଣି ଘେରରେ ଫସିଯାଇଥିଲେ। ପ୍ରବଳ ବର୍ଷା କାରଣରୁ ଜୋରରେ ଅଚାନକ ପାଣି ମାଡ଼ିଆସିଥିଲା। ହଠାତ ଡେରେଜାଙ୍ଗ ପ୍ରୋଜେକ୍ଟ ପାଣି ଆସିବାରୁ ମହିଳା ଜଣଙ୍କ ଜୋର ମଧ୍ୟରେ ରହିଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଅନୁଗୁଳ ଦମକଳ ବାହିନୀ ପହଞ୍ଚିଥିଲା। ତେବେ ଫସି ରହିଥିବା ମହିଳାଙ୍କୁ ଦମକଳ ବାହିନୀ ମୋଟର ଲଞ୍ଚ୍ ସାହାଯ୍ୟରେ ଉଦ୍ଧାର କରିଛି।