ମୁମ୍ବଇ: ମୁମ୍ବଇରୁ ବାରାଣସୀ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିବାରୁ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଛି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଯାତ୍ରା ସମୟରେ ଜଣେ ୮୯ ବର୍ଷୀୟା ବୃଦ୍ଧାଙ୍କ ସ୍ଵାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯାଇଥିଲା। ପରିସ୍ଥିତି ଅଧିକ ବିଗିଡିବାର ଦେଖି ପାଇଲଟ ଛତ୍ରପତି ସଂଭାଜୀନଗର ଏୟାରପୋର୍ଟ ସହ ଯୋଗାଯୋଗ କରିଥିଲେ ।
ଏହାପରେ ଏମରଜେନ୍ସି ଲ୍ୟାଣ୍ଡିଂ ପାଇଁ ପାଇଲଟଙ୍କୁ ଅନୁମତି ଦିଆଯାଇଥିଲା । ଫଳରେ ଫ୍ଲାଇଟଟି କିଛି ସମୟ ପରେ ଚିକଲଥାନା ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିଥିଲା । ମହିଳାଙ୍କ ଚିକିତ୍ସା ପାଇଁ ଏୟାପୋର୍ଟରେ ମେଡିକାଲ ଟିମ୍ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ପ୍ରସ୍ତୁତି କରାଯାଇଥିଲା । ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।