ଟୀକା ନେଇସାରିବା ପରେ ବିନା ମାସ୍କରେ ଯାଇପାରିବେ ବ୍ୟକ୍ତି , ଘୋଷଣା କଲା ଏହି ଦେଶ

ବଡ଼ ଆକାରରେ ଟୀକାକରଣ କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରାୟ ସମସ୍ତ ବୟସ୍କଙ୍କ ଟୀକାକରଣ ପୂରା ହୋଇସାରିଛି

(ଦିଲ୍ଲୀ) : ଆମେରିକାରେ ଟିକା ନେଇସାରିଥିବା ବ୍ୟକ୍ତି ଏବେ ବିନା ମାସ୍କରେ କିମ୍ବା ୬ଫୁଟ ଦୂରରୁ ନିଜର କାର୍ଯ୍ୟକଳାପ କରିପାରିବେ ବୋଲି ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିକାର କେନ୍ଦ୍ର (ସିଡିସି) ସ୍ପଷ୍ଟ କରିଛନ୍ତି ।
ତେବେ ଆମେରିକାରେ ବଡ଼ ଆକାରରେ ଟୀକାକରଣ କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରାୟ ସମସ୍ତ ବୟସ୍କଙ୍କ ଟୀକାକରଣ ପୂରା ହୋଇସାରିଛି। ନିକଟରେ ପିଲାମାନଙ୍କୁ ଟୀକାକରଣ ପାଇଁ ମଞ୍ଜୁର ଦିଆଯାଇଛି। ଏହି ନିୟମ ସେହି ସ୍ଥାନରେ ପ୍ରଯୁଜ୍ୟ ହେବ ନାହିଁ ଯେଉଁଠାରେ ଟୀକାକରଣ ଚାଲିଛି କିମ୍ବା ସରକାର ଏପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇରଖିଛନ୍ତି।

ବିଡେନ କହିଛନ୍ତି ଯେ, ଗତ ୧୪୪ଦିନ ଧରି ଆମର ଟିକାକରଣ କାର୍ଯ୍ୟକ୍ରମ ଦୁନିଆକୁ ନେତୃତ୍ବ କରିଛି। ଏବଂ ଅନେକ ଲୋକଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସଫଳ ହୋଇପାରିଛି। ବୈଜ୍ଞାନିକ, ରିସର୍ଚର୍ସ, ଫାର୍ମାସ୍ୟୁଟିକାଲ୍ କମ୍ପାନୀ, ନ୍ୟାସନାଲ ଗାର୍ଡ, ୟୁଏସ୍ ମିଲିଟାରୀ, ଫେମା, ସମସ୍ତ ରାଜ୍ୟପାଳ, ଡାକ୍ତର, ନର୍ସମାନେ କଠିନ ପରିଶ୍ରମ କରିଛନ୍ତି।