ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଆଗମନ ନେଇ କମିଶନରେଟ ପୋଲିର ବ୍ୟାପକ ବ୍ୟବସ୍ଥା | ମୁତୟନ କରାଯାଇଛି 30 ପ୍ଲାଟୁନ ଫୋର୍ସ | ତେବେ ଏହି ପ୍ଲାଟୁନ ଫୋର୍ସ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମୁତୟନ ରହିବେ | ବ୍ୟାପକ ଭିଡ ନିୟନ୍ତ୍ରଣ ପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି ପାଳନ ହେବ | ବିଭିନ୍ନ ସ୍ଥାନରେ 3ଟି ଅତିରିକ୍ତ ଟ୍ରାଫିକ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ | ଆବଶ୍ୟକସ୍ଥଳେ ଟ୍ରାଫିକ ଡାଇଭରସନ ଓ ବ୍ୟାରିକେଡ଼ ବ୍ୟବସ୍ଥା ହେବ |
ଧାର୍ଯ୍ୟ ବିମାନ ସମୟରେ ତିନି ଘଣ୍ଟା ପୂର୍ବରୁ ବିମାନ ବନ୍ଦର ପହଂଚିବାକୁ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ପାଇଁ ପୋଲିସର ପରାମର୍ଶ | ମୁଖ୍ୟମନ୍ତ୍ରୀଙ୍କୁ ଲାଇଫ ଟାଇମ ଅଚିଭ ମେଣ୍ଟ ଆୱାର୍ଡ ମିଳିବା ପରେ ଆସନ୍ତା କାଲି ଓଡିଶା ଫେରିବେ ମୁଖ୍ୟମନ୍ତ୍ରୀ ଯେଉଁଥିପାଇଁ ବ୍ୟାପକ ବ୍ୟବସ୍ଥା ଚାଲିଛି |