ଧାମନଗରରେ ଶଙ୍ଖ ବଦଳରେ ଫୁଟିଲା ପଦ୍ମ

ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):-ତ୍ରୀସ୍ତରୀୟ ସୁରକ୍ଷାରେ ସରିଲା ଭୋଟ ଗଣତି । ବିଜେଡି, ସ୍ୱାଧୀନ, କଂଗ୍ରେସକୁ ପଛରେ ପକାଇ ବିଜେପି ଧାମନଗର ଗଡକୁ ହାତାଇଛି । ଧାମନଗରରେ ଶଙ୍ଖ ବଦଳରେ ଫୁଟିଲା ପଦ୍ମ । ବିଜେପି ୯ ହଜାର ୮ ଶହ ୮୧ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିବା ଜଣାପଡିଛି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସହିତ ସୂର୍ଯ୍ୟବଂଶୀ ସୂରଜଙ୍କ କଡା ଟକ୍କର ହୋଇଥିଲା । ଯେଉଁଥିରେ ବାଜିମାତ କରିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ତେବେ ଫାଇନାଲ ରାଉଣ୍ଡରେ ବିଜେଡି ୭୦୪୭୦ ଭୋଟ ପାଇଥିବା ବେଳେ ବିଜେପି ୮୦୩୫୧, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ପାଇଛନ୍ତି ୮୧୫୩, କଂଗ୍ରେସ ୩୫୬୧, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ୪୯୭ ଭୋଟ ପାଇଥିବା ବେଳେ ନୋଟା ପାଇଛି ୬୫୦ ଭୋଟ । ପୋଷ୍ଟାଲ ବିଜେଡି ୧୮୧,ବିଜେପି ୨୪୧, କଂଗ୍ରେସ ୫୩, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୨୮ ଭୋଟ୍ ପାଇଛି । ତେବେ ଶେଷ ରାଉଣ୍ଡରେ ୯୮୮୧ଭୋଟ ରେ ଜିତିଲା ବିଜେପି ।