ମୁମ୍ବାଇ : ସଲମାନ ଖାନ ଓରଫ ସଲ୍ଲୁ ଭାଇ ବା ଭାଇଜାନ ବୋଲି ଆମେ ଯାହାକୁ ଜାଣୁ ସେ ଜଣେ ବଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ଦବା ବ୍ୟାଚଲର୍ କହିଲେ କିଛି ଭୁଲ ହେବନି। ବିବାହ ପାଇଁ ପୂରା ପ୍ରସ୍ତୁତ ଥିଲେ ସଲମାନ୍, କାର୍ଡ ଛପା ଯିବା ପରେ ନେଲେ ଏପରି ନିଷ୍ପତି ସଲମାନ ଖାନ ବଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ଦବା ବ୍ୟାଚଲର୍ କହିଲେ କିଛି ଭୁଲ ହେବନି। କିନ୍ତୁ ଏମିତି ବି ଦିନ ଥିଲା ଯେଉଁ ଦିନ ବିବାହ ପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ, କାର୍ଡ ମଧ୍ୟ ଛପା ଯାଇଥିଲା କିନ୍ତୁ ପରେ ଏହି ନିଷ୍ପତ୍ତି ନେଇଥିଲେ ଯାହା ପାଇଁ ଆଜି ମଧ୍ୟ ସେ ବ୍ୟାଚଲର୍ ହୋଇ ରହିଛନ୍ତି।

ଯଦି ସେ ସେହି ସମୟରେ ବିବାହ କରିଥାନ୍ତେ ତେବେ ସେ ନିଶ୍ଚିତ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତେ। ସେ ଅନେକ ଝିଅଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା କଥା ସମ୍ନାକୁ ଆସେ କିନ୍ତୁ ସେ କେବେ ବି ବିବାହ କରିନଥିଲେ। ଦବାଙ୍ଗ ଖାନଙ୍କୁ ଇଣ୍ଡଷ୍ଟ୍ରିର ସବୁଠାରୁ ଯୋଗ୍ୟ ବ୍ୟାଚଲର ବୋଲି କୁହାଯାଏ, କିନ୍ତୁ ଆପଣ ଜାଣନ୍ତି କି ଥରେ ସଲମାନ ଖାନ ବିବାହର ଏତେ ନିକଟତର ହୋଇଥିଲେ ଯେ ସେ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତେ। କିନ୍ତୁ ତା’ପରେ ହଠାତ୍ ସେ ବିବାହ ଯୋଜନାକୁ ବାତିଲ କରିଦେଲେ, ଏହାର କାରଣ ମଧ୍ୟ ବହୁତ ଅଦ୍ଭୁତ ଥିଲା ୧୯୯୯ ମସିହାରେ ରେ ସଲମାନ ଖାନ ବିବାହ କରିବା ପାଇଁ ସଂପୂର୍ଣ୍ଣ ରୂପେ ରାଜି ଥିଲେ।

ଏମିତିକି ବିବାହ ମଧ୍ୟ ସ୍ଥିର ହେଲା ଏବଂ ବିବାହ କାର୍ଡ ଛାପିବା ପରେ କାର୍ଡ ବଣ୍ଟନ କରାଯାଇଥିଲା। ୨୦-୨୫ ଲୋକଙ୍କ ଏକ ଛୋଟ ସମାବେଶ ହୋଇ ଏହି ବିବାହ ହୋଇଥାନ୍ତା। କିନ୍ତୁ ମାତ୍ର ବିବାହର ୬ ଦିନ ପୂର୍ବରୁ ହିଁ ସେ କହିଥିଲେ ମୁଁ ବିବାହ କରିବିନି, ମୋର ମୁଡ୍ ନାହିଁ। ସେ ନିଜର ମତ ବଦଳାଇଦେଇଥିଲେ। ପୁଣି ହଠାତ୍ ହିଁ ତାଙ୍କର ବିବାହ ମନା କରିଦେଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ବଲିଉଡର ଜଣେ ବ୍ୟାଚଲର ଭାବେ ବେଶ ପରିଚିତ । କେବେ ବିବାହ କରିବେ ତାହା କାହାକୁ ତାହା କାହାକୁ ଜଣା ନାହିଁ।