ରାଜଧାନୀ ବିଜେବି କଲେଜ ଛାତ୍ରୀଙ୍କ ମୃତଦେହ ଲେଡିଜ ହଷ୍ଟେଲରୁ ଉଦ୍ଧାର ହୋଇଛି । ଛାତ୍ରୀ ଜଣଙ୍କ ହେଉଛନ୍ତି ରୁଚିକା ମହାନ୍ତି । କାହିଁକି ଓ କେଉଁ କାରଣରୁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ରହିଛି । ଛାତ୍ରୀ ଜଣଙ୍କ କଟକ ଜିଲ୍ଲାର ହୋଇଥିବା ଜଣାପଡିଛି । ଦୀର୍ଘ ସମୟ ଧରି ହଷ୍ଟେଲ କଟାବ ନଫିଟାଇବାରୁ ସାଙ୍ଗମାନଙ୍କର ସନ୍ଦେହ ହୋଇଥିଲା । ଏହାପରେ ହଷ୍ଟେଲ କର୍ତୁପକ୍ଷ ବଡଗଡ ଥାନାକୁ ଖବର ଦେଇଥିଲେ । ଖବର ପାଇ ବଡଗଡ ଥାନା ଘଟଣାସ୍ଥଳରେ ପହଚିଂ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ କଣ ପାଇଁ ସେ ଏମିତି ଏକ ପଦକ୍ଷେପ ନେଲେ ତାହା ପଛର ପ୍ରକୃତ କାରଣ କଣ ସେବାବଦରେ ଜଣାପଡ଼ିନାହିଁ ।