ଉପର ମୁହାଁ କରୋନା : ଶତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟା ସଂଗଠନ, ୫୨ ପ୍ରତିଶତ କୋଭିଡ କେସ୍

0

ନୂଆଦିଲ୍ଲୀ : କୋରଳରେ ବଢୁଥିବା କରୋନା ସଂକ୍ରମଣ ଭାରତରେ ଚିନ୍ତା ବଢାଉଛି । ହେଲେ ଏବେ ଭାରତରେ କରୋନା କେଶ ବଢୁନାହିଁ , ସାରା ବିଶ୍ୱରେ ଦ୍ରୁତ ଗତିରେ କରୋନା ବଢୁଛି । ବିଶ୍ୱରେ ଗୋଟିଏ ମାସରେ କୋଭିଡ କେଶ ୫୨ ପ୍ରତିଶତ ବୃଦ୍ଧିପାଇଛି  । ଏହି ସମୟ ଭିତରେ ବିଶ୍ୱରେ ସାଢ଼େ ୮ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି । ହେଲେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିଛି । ଗତ ମାସ ତୁଳନାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ପ୍ରତିଶତ କମିଛି । ସାରା ବିଶ୍ୱର ଗତ ମାସରେ କୋଭିଡରେ ୩ ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ବିଶେଷକରି କୋଭିଡର ନୂଆ ଭାରିଏଂଟ ଜେଏନ ଡଟ୍ ୱାନ ଏବେ ଚିନ୍ତା ବଢ଼ାଇଛି । ଏବେ ଏହି ପ୍ରଜାତିକୁ ନୀରିକ୍ଷଣରେ ରହିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । କୋଭିଡକୁ ନଇ ଭୟଭୀତ ନହୋଇ ବରଂ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।