‘ଡବ୍ଲୁଏଚଓର ଅନୁମାନରେ ସତ୍ୟତା ନାହିଁ’

ଭାରତରେ ୪୭ ଲକ୍ଷ କରୋନା ରୋଗୀଙ୍କ ମୃତ୍ୟୁ ନେଇ ଦାବି କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟକୁ ଭୁଲ ବୋଲି କହିଛନ୍ତି ଦେଶରେ ଅନେକ ବିଶେଷଜ୍ଞ।

(ଦିଲ୍ଲୀ) : ଭାରତରେ ୪୭ ଲକ୍ଷ କରୋନା ରୋଗୀଙ୍କ ମୃତ୍ୟୁ ନେଇ ଦାବି କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟକୁ ଭୁଲ ବୋଲି କହିଛନ୍ତି ଦେଶରେ ଅନେକ ବିଶେଷଜ୍ଞ। ଏନେଇ ଦିଲ୍ଲୀ ଏମ୍ସର ମହାମାରୀ ବିଶେଷଜ୍ଞ ଡାକ୍ତର ଜୟନ୍ତ ରାୟ କହିଛନ୍ତି ଯେ ଡବ୍ଲୁଏଚଓ ପରିସଂଖ୍ୟାନ ମଡେଲ ଆଧାରିତ। ଏହାର କୌଣସି ବୈଜ୍ଞାନିକ ଆଧାରନାହିଁ ବୋଲି ସେ କହିଛନ୍ତି।

ସେ କହିଛନ୍ତି କୋଭିଡ୍-୧୯ ସମୟରେ ଅଧିକାଂଶ ଆକଳକ ମଡେଲ ଆଧାରରେ ଜାରି କରାଯାଇଛି। ଏବଂ ଏହା ଫେଲ ହୋଇଛି। ଏହି ରିପୋର୍ଟ କୌଣସି ବୌଜ୍ଞାନିକ ଆଧାରିତ ନୁହେଁ ଏବଂ ଡବ୍ଲୁଏଚଓର ଅନୁମାନରେ ସତ୍ୟତା ନାହିଁ।

କିଛି ମୃତ୍ୟୁ କୋଭିଡ୍‌-୧୯ ଲକ୍‌ଡାଇନ ସମୟରେ ହୋଇଛି ଏବଂ ସ୍ୱାସ୍ଥ୍ୟ ସେବା ବନ୍ଦ ହେବା କାରଣରୁ ମଧ୍ୟ ଅଧିକ ମୃତ୍ୟୁ ହୋଇପାରେ। ଏମିତି କିଛି ଗୁରୁତର ରୋଗୀ ଥିଲେ ଯେଉଁମାନେ କି ଡାକ୍ତରଖାନା ଯାଏ ପହଞ୍ଚି ପାରିନଥିଲେ ସେମାନଙ୍କ ମୃତ୍ୟୁକୁ ମଧ୍ୟ କୋଭିଡ୍‌-୧୯ ମୃତ୍ୟୁ ତାଲିକାରେ ରଖାଯାଇଛି ।