ମହାନଦୀରେ ଡଙ୍ଗାରେ ବୁଲିବା ବେଳେ ଓଲଟିଲା ଡଙ୍ଗା , ଜଣେ ନିଖୋଜ

କଟକ: ଡଙ୍ଗାରେ ବୁଲିବା ହେଲା କାଳ । ମହାନଦୀରେ ଡଙ୍ଗାରେ ବୁଲିବା ବେଳେ ଓଲଟିଲା ଡଙ୍ଗା ଜଣେ ନିଖୋଜ । ଡଙ୍କରରେ ଥିବା ୪ ଜଣ ପହଁରି କୂଳକୁ ଆସିଥିବା ବେଳେ ଏବେବି ନିଖେଜ ଥିବା ସୂଚନା ।
ସୂଚନା ଅନୁଯାୟୀ, ବାଙ୍କୀ ଥାନା ଅନ୍ତର୍ଗତ ରତାଗଡ ପଂଚାୟତର ସହଙ୍ଗା ଗୋପାଳପୁର ଗାଁରେ ମହାନଦୀରେ ଡଙ୍ଗାରେ ୫ ଜଣ ସାଙ୍ଗ ବୁଲୁ ଥିବା ବେଳେ ଡଙ୍ଗା ଓଲଟି ପଡ଼ିଥିଲା । ଫଳରେ ୫ ଜଣଙ୍କ ମଧ୍ୟରୁ ଚାରି ଜଣ ପହଁରି କୂଳକୁ ଆସି ଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଥିବା କୁହାଯାଉଛି ।