ଭୁବନେଶ୍ୱର: ଘରୁ ଗଡି ଧରି ବାହାରିବା ମାନେ ପ୍ରଥମେ ଗାଡିର ପେଟ୍ରୋଲ ଚେକ କରିବା । ଗାଡିରେ ପେଟ୍ରୋଲ ଅଛି ନା ନାହିଁ । ପଟେ ଗାଡି ଧରି ଅଗେଇ ଚାଲିବା ପେଟ୍ରୋଲ ପମ୍ପ ଆଡକୁ । ତେବେ ଆସନ୍ତୁ ଜାଣଇବା ଆଜି ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦରକଣ ରହିଛି । ଭୁବନେଶ୍ୱରରେ ଲିଟର ପିଛା ୧୦୧. ୧୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨. ୬ନ ପଇସା ରହିଛି । ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି ।
ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଓ ଡିଜେଲ ଦର ୮୭ ଟଙ୍କା ୬୭ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୪୪ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୮୯ ଟଙ୍କା ୯୭ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୪ ଟଙ୍କା ୯୫ ପଇସା ଥିବାବେଳେ ଡିଜେଲ ଦର ୯୧ ଟଙ୍କା ୭୬ ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର ୧୦୧ଟଙ୍କା ୦୩ ପଇସା ଥିବା ବେଳେ ଡିଜେଲ ଦାମ ୯୨ ଟଙ୍କା ୬୧ ପଇସା ରହିଛି ।
ଆପଣ ମଧ୍ୟ ଘରେ ବସି ଝଗଝ ମାଧ୍ୟମରେ ମଧ୍ୟ ଜାଣିପାରିବେଆପଣଙ୍କ ସହରର ପେଟ୍ରୋଲ ଏବଂ ଡିଜେଲ ଦର । ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ । ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ । ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ ।