(ଭୁବନେଶ୍ୱର) : ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିଛି । ୨୪ରୁ ୩୦ ତାରିଖ ଯାଏ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବ । ଫଳରେ ଏହି ସପ୍ତାହରେ ସ୍ୱାଭାବିକ ବର୍ଷା ସମ୍ଭାବନ ରହିଛି । ସେହିଭଳି ଜୁଲାଇ ୧ରୁ ୭ ତାରିଖ ଯାଏ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।
ଆସନ୍ତା ୨୫, ୨୬, ୨୭ ଓ ୨୮ ତାରିଖ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଶନିବାର ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର, ନବରଙ୍ଗପୁର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରବିବାର ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ ।

ଏ ବର୍ଷ ବାତ୍ୟା ସଂଖ୍ୟା ଅଧିକ ହେବ ଓ ଏହା ଶକ୍ତିଶାଳୀ ବି ହୋଇପାରେ । ସେହିଭଳି ଚଳିତବର୍ଷର ମେ ମାସ ବିଶ୍ୱସ୍ତରରେ ରେକର୍ଡ ୧୦ ଗରମ ମେ ମାସ ଭିତରୁ ଅନ୍ୟତମ । ଆମେରିକାର ପ୍ରମୁଖ ପାଣିପାଗ ସଂସ୍ଥା ଏନ୍ଓଏଏ ଅନୁସାରେ, ମେ ମାସର ତାପମାତ୍ରା ବିଂଶ ଶତାବ୍ଦୀର ସ୍ୱାଭାବିକ ତାପମାତ୍ରା ୧୪.୮ଡିଗ୍ରୀ ସେଲସିୟସ୍ଠାରୁ ୦.୭୭ ଡିଗ୍ରୀ ଅଧିକ ଥିଲା ।