୨୪ ଘଣ୍ଟା ମଧ୍ୟରେ ଓଡିଶାରେ ପାଗ ଶୁଖିଲା

ଆସୁଛି ଆଉ ଏକ ଲଘୁଚାପ ।

(ଭୁବନେଶ୍ୱର) : ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୯ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦେଇଛି ।

ସୂଚନାନୁଯାୟୀ , ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ପାଗ ଶୁଖିଲା ରହିଛି। ଓଡିଶା ଉପରେ ପାଣିପାଗ ବିଶେଷ ପ୍ରଭାବ ନାହିଁ। ଆଗାମୀ ୫ ଦିନ ପାଗ ମୁଖ୍ୟ ଶୁଖିଲା ରହିବାର ସମ୍ଭାବାନ ରହିଛି। କିନ୍ତୁ କୋରାପୁଟ, ମାଲକାନଗିରି ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଆଶିଂକ ମେଘୁଆ ପାଗ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।