ଆହୁରି ବଢିବ ଶୀତ, ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ

ରାଜ୍ୟରେ ଆହୁରି ହ୍ରାସ ପାଇବାରେ ଲାଗିଛି ତାପମାତ୍ରା ।

(ଭୁବନେଶ୍ୱର) : ରାଜ୍ୟରେ ଆହୁରି ହ୍ରାସ ପାଇବାରେ ଲାଗିଛି ତାପମାତ୍ରା । ରାଜ୍ୟର କିଛି ସ୍ଥାନରେ ଶୁକ୍ରବାର ପାଗ ମେଘୁଆ ଥିଲା । ଆଗକୁ ଦୁଇ ଦିନ ଯାଏ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୂଚନାନୁଯାୟୀ , ଶୁକ୍ରବାର ଦାରିଙ୍ଗିବାଡ଼ିରେ ପାରଦ ୯.୫ ଡିଗ୍ରୀ ଥିଲା । ସିମିଳିଗୁଡ଼ାରେ ୧୨.୪, ଜି.ଉଦୟଗିରିରେ ୧୩.୫, ନୂଆପଡ଼ାରେ ୧୪.୨ ଓ କିରେଇରେ ରାତି ତାପମାତ୍ରା ୧୪.୫କୁ ଖସିଥିଲା । ଅନ୍ୟପଟେ ଶୁକ୍ରବାର ରାଜ୍ୟର ହାତଗଣତି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।