୪ରେ ସ୍ଥଳଭାଗ ଛୁଇଁବ ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’

ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’ ଦିନକୁ ଦିନ ମାଡି ଆସୁଛି ।

(ଭୁବନେଶ୍ୱର) : ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’ ଦିନକୁ ଦିନ ମାଡି ଆସୁଛି । ୪ ତାରିଖରେ ଏହା ସ୍ଥଳଭାଗ ଛୁଇଁବା ସହ ଏହାର ପ୍ରଭାବ ଓଡ଼ିଶାରେ ପ୍ରବଳ ବର୍ଷା କରାଇବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡ଼କୁ ମୁହାଁଇପାରେ । ୧ ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇଯିବ । ୨ ତାରିଖରେ ଏହା ବାତ୍ୟା ରୂପ ନେବ । ୨, ୩ ଓ ୪ ତାରିଖ ଏହା ସମୁଦ୍ର ଭିତରେ ରହି ଅଧିକ ବଳ ଗୋଟାଇବ । ୪ ତାରିଖରେ ଏହା ଆନ୍ଧ୍ର ଉପକୂଳରୁ ଓଡ଼ିଶା ଉପକୂଳ ଭିତରେ ସ୍ଥଳଭାଗ ଛୁଇଁବ ।

ସୂଚନାନୁଯାୟୀ ,ସୋଆ ପାଣିପାଗ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକଙ୍କନୁଯାୟୀ , ବାତ୍ୟା ହେବ କି ନାହିଁ ତାହା ଏବେବି ସ୍ପଷ୍ଟ ହୋଇନି । ଜିଏଫଏସ୍‌ ମଡେଲ ଏହାର ପୂର୍ବାନୁମାନକୁ ପ୍ରତିଦିନ ବଦଳାଉଛି । କିନ୍ତୁ ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ଗଭୀର ଅବପାତରେ ପରିଣତ ହେବ । ଓଡ଼ିଶା ଉପକୂଳରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ।