(ମମତା ସାମଲ)ରିପୋର୍ଟସଟୁଡେ: ବର୍ଷିବ ବର୍ଷା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ସକାଳୁ ଭବାନୀପାଟଣା ଓ ଦାରିଙ୍ଗିବାଡର କିଛି ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଥିଲା । ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୦.୦ ରେକର୍ଡ କରାଯାଇଛି । କଳାହାଣ୍ଡି, ସୋନପୁର, ରାୟଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲା ମାନଙ୍କରେ ଘନ କୁହୁଡି ଦେଖାଯିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।