ଭଦ୍ରକ/ସେକ ଫଇଜାନ କାଦରୀ: କଳାକାର କହିଲେ ଆମେ କେତେ ପ୍ରକାରର ବୁଝିଥାଉ । କିଏ ନିଜ ଅଭିନୟରେ ମନମୋହିତ କରିଥାଏ ତ ଆଉ କିଏ ଚିତ୍ର ଆଙ୍କି ତ ଆଉ କିଏ ବାଲୁକାରେ ତାର ପ୍ରତିଭା ଦେଖାଇଥାଏ । ଏଭଳି ଅନେକ କଳାକାର ଅଛନ୍ତି, ଯିଏ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟିକରିଛନ୍ତି । ଆମେ ଆଜି ସେମତି ଏକ କଳାକାରଙ୍କ କଥା କହିବୁ, ଯିଏ ନିଜ କଳା ସାହାଯ୍ୟରେ ପ୍ରଧାନମନ୍ତ୍ରୀ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଯାଏ ଚିତ୍ର ଆଙ୍କି ବେଶ ପ୍ରଶଂସା ସାଉଁଟିଛନ୍ତି । ସେ ହେଉଛନ୍ତି, ଭଦ୍ରକ ଜିଲ୍ଲା ତଳଗୋପ ଅଂଚଳର ସମାଜ ସେବୀ ଏବଂ ସମ୍ଭାବନା ପରିବାର ସଙ୍ଗଠନର ସମ୍ପାଦକ ସପନ ନାୟକ ।
ତରଭୁଜରେ ସେ ବିଭିନ୍ନ ସେଲିବ୍ରେଟିଙ୍କ ମୁହଁ ବନାଇ ସୁନାମ ଅର୍ଜନ କରିଛନ୍ତି । ଦେଶ ବିଦେଶ ରେ ଥିବା ବଡ ବଡ଼ ଉଚ କୋଟିର ଲୋକ ଏବଂ ଓଡ଼ିଶାରେ ସେଲିବ୍ରେଟି ଙ୍କ ର ହୃଦୟ କୁ ଛୁଇଁ ପାରିଥିଲେ ଆଜି ଏକ ନିଆଁରା ଢଙ୍ଗରେ । ବେଙ୍ଗଲୋର ଠାରେ ଏକ ଫାଇବ୍ ସ୍ଟାର ସିଏଲ୍ଆରକେଏସ ଇନନ ହୋଟେଲ ରହୁଛନ୍ତି ଆଇ ସେଠାରେ ସେ ତାଙ୍କ ପ୍ରତିଭା ଦେଖାଇଥିଲେ । ସେଠାରେ ସେ ଗୋଟେ ଡିନର ପାର୍ଟରେ ସାରା ଓଡ଼ିଶାର ଚଳଚିତ୍ର କଳାକାର ଏବଂ ଓଡ଼ିଶାର ବଡ ବଡ଼ ନେତା ଯେଉଁମାନେ ସପନ ନାୟକଙ୍କ ଜୀବନ ର ଆଇଡଲଅଛନ୍ତି ସେହି ମାନଙ୍କର ଛବି ତରଭୁଜ ରେ ଚିତ୍ରକରି ବୁଫେରେ ସଜାଇଥିଲେ । ବୁଫେରେ ଅତି ସୁନ୍ଦର ଭାବରେ ସଜାଇଥିବାରୁ ସେଠି ଉପସ୍ଥିତ ଥିବା ଅତିଥି ଓ ହୋଟେଲ ମାଲିକ ବେଶ ପ୍ରଶଂସା କରିଥିଲେ ।
ଏବଂ ସେହି ଉକ୍ଷବକ୍ସଳଗ୍ଦ ସଦ୍ଭଦ୍ଭ ଷକ୍ଟଗ୍ଧରକ୍ଷ ରେ ଠଚ ଗକ୍ସ ରାହୁଲ ବାନାର୍ଜୀ ଙ୍କ ଛବି ମଧ୍ୟ ତରଭୂଜରେ ତିଆରି କରାଯାଇଥିଲା । ସପନ ନାୟକ ଦୀର୍ଘ ୧୬ ବର୍ଷ ହେଲାଣି ବଡ ବଡ ଫାଇବ ଷ୍ଟାର ହୋଟେଲ ରେ ଜବ କରି ଆସୁଛନ୍ତି । ଯେତେବେଳେ ସେ ବିଦେଶ ଯାଆନ୍ତି ସେଠି ମଧ୍ୟ ଅନାଥ ପିଲାଙ୍କୁ ପାଠ ପଢାରେ ସାହାଯ୍ୟ କରନ୍ତି । ସେ ସବୁବେଳେ ଓଡ଼ିଶାକୁ ରିପ୍ରେଜେଣ୍ଟ କରିବାକୁ ଚାହାନ୍ତି । ସେ କେବେ ନିରବରେ ରହିପାରନ୍ତି ନାହିଁ । ଛୁଟିରେ ଘରକୁ ଆସିଲେ ଗରିବ ଲୋକଙ୍କ ପାଇଁ ସାହାଯ୍ୟରେ ବ୍ୟସ୍ତ ରୁହନ୍ତି । ନିଜ ଗ୍ରାମର ଉନ୍ନତି ବିଷୟରେ ସବୁବେଳେ ଚିନ୍ତା କରନ୍ତି ।
ତରଭୁଜ ରେ ଛବି ତିଆରି କରିବା କଳା ଆଜି ଓଡ଼ିଶା ବାସୀଙ୍କ ହୃଦୟ କୁ ଛୁଇଁଛି । ସେଥିପାଇଁ ଧର୍ମେନ୍ଦ୍ର ପ୍ରଧାନ ପାଖରୁ ଓଡ଼ିଆ ହିରୋ ଦୀପକ ପରିଡ଼ା ଶ୍ରୀତମ ଦାଶ ସମସ୍ତେ ଏକ ଏକ ଭିଡିଓ ମାଧ୍ୟମରେ ପ୍ରସଂସା କରିଥିଲେ ଆଜି ଯେମିତି ଓଡିଶାର ମହାପୁରୁଷ ମାନଙ୍କର ଛବି ତିଆରି କରି ବେଙ୍ଗଲୋର ବାସୀଙ୍କୁ ଦେଖାଇଥଲେ । ସେ ସବୁବେଳେ କହନ୍ତି ମୋ ଜୀବନରେ ଯେତେ ଆଇଡଲ ମାନେ ଅଛନ୍ତି ସେହି ମାନଙ୍କର ଛବି ତିଆରି କରି ବହୁ ହୋଟେଲରେ ସଜାଇ ଆସିଛନ୍ତି । ଏହା ଆମ ଦେଶ ଓ ଓଡିଶାମାଟିର ଗର୍ବ ଓ ଗୌରବ ।