ନୂଆଦିଲ୍ଲୀ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍ ଅଚ୍ୟୁତାନନ୍ଦନଙ୍କ ପରଲୋକ । ୧୦୧ ବର୍ଷ ବୟସରେ ଆଖି ବୁଜିଲେ ଭି.ଏସ୍ ଅଚ୍ୟୁତାନନ୍ଦନ । କେରଳର ୨ ଥରର ମୁଖ୍ୟମନ୍ତ୍ରୀ ତଥା ବଡ଼ ବାମପନ୍ଥୀ ନେତା ହଉଛନ୍ତି ଅଚ୍ୟୁତାନନ୍ଦନ । ଅଚ୍ୟୁତାନନ୍ଦନ ଦୀର୍ଘ ସମୟ ଧରି ରୋଗାଗ୍ରସ୍ତ ଥିଲେ । ଗତ ୨୩ ଜୁନରେ ସ୍ଵାସ୍ଥ୍ୟ ଅତ୍ୟନ୍ତ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ଅପରାହ୍ନ ୩.୨୦ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
୧୯୨୩ ମସିହା ଅକ୍ଟୋବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ଅଚ୍ୟୁତାନନ୍ଦନ କିଶୋର ବୟସରୁ ରାଜନୀତିରେ ସକ୍ରିୟ ଥିଲେ ଏବଂ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ବେଲିକକାଥୁ ଶଙ୍କରନ୍ ଅଚ୍ୟୁତାନନ୍ଦନ (ଭି.ଏସ୍ ଅଚ୍ୟୁତାନନ୍ଦ) ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ କେରଳର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ କେରଳ ୨ ଥର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଅଚ୍ୟୁତାନନ୍ଦନ ତାଙ୍କର ଦୀର୍ଘ ରାଜନୈତିକ ଜୀବନରେ କେରଳ ବିଧାନସଭାରେ ୧୫ ବର୍ଷ ଧରି ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରିଥିଲେ । ସେ ୨୦୨୧ରେ ପ୍ରଶାସନିକ ସୁଧାର ସମିତି ଅଧ୍ୟକ୍ଷ ପଦବରୁ ଇସ୍ତଫା ଦେବା ପରେ ଥିରୁଅନନ୍ତପୁରମରେ ପୁଅ କିମ୍ବା ଝିଅ ଘରେ ରହୁଥିଲେ ।