(ମୁମ୍ବାଇ) : ଚର୍ଚ୍ଚାରେ ରହିଛି ବିଜୟ ଦେବରାକୋଣ୍ଡାଙ୍କ ଫିଲ୍ମ ‘ଲାଇଗର୍’ । ଘୋଷଣା ପରଠାରୁ ଚର୍ଚା ଥମିବାର ନାଁ ଧରୁନି । ଫିଲ୍ମରେ ଅନନ୍ୟା ପାଣ୍ଡେ ଫିମେଲ ଲିଡ୍ ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ମକରନ୍ଦ ପାଣ୍ଡେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫ୍ୟାନ୍ସ ଫିଲ୍ମ ପାଇଁ ବହୁତ ସମୟ ଅପେକ୍ଷା କରିଛନ୍ତି ଏବଂ ଫିଲ୍ମର ଟ୍ରେଲର ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି।
ନିର୍ମାତା ଲାଇଗର୍ ରୁ ବିଜୟ ଦେବରାକୋଣ୍ଡାର ଏକ ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି। ଯେଉଁଥିରେ ସେ ସମ୍ପୂର୍ଣ୍ଣ ନଗ୍ନ ଦେଖାଯାଉଛନ୍ତି। ଅଭିନେତା ତାଙ୍କର ଗୋଟିଏ ହାତରେ ଏକ ପୁଷ୍ପଗୁଚ୍ଛ ଧରିଛନ୍ତି, ଯେଉଁଥିରୁ ସେ ତାଙ୍କର ପ୍ରାଇଭେଟ୍ ପାର୍ଟକୁ ଲୁଚାଇ ରଖିଛନ୍ତି। ବିଜୟଙ୍କ ଏହି ସୁପର ବୋଲ୍ଡ ପୋଷ୍ଟର ରିଲିଜ୍ ହେବା ମାତ୍ରେ ଚର୍ଚ୍ଚାର ବିଷୟ ପାଲଟିଛି। ଲାଇଗରର ମୁଖ୍ୟ ଅଭିନେତା ବିଜୟ ଦେବରାକୋଣ୍ଡା ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ଏହି ପୋଷ୍ଟର ସେୟାର କରିଛନ୍ତି।
ଯେଉଁଥିରେ କ୍ୟାପସନରେ ସେ ଲେଖିଛନ୍ତି, ‘ଏକ ଫିଲ୍ମ ଯାହା ମୋର ସବୁକିଛି ନେଇଥିଲା। ମାନସିକ, ଶାରୀରିକ ସ୍ତରରେ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ଏହା ମୋର ସବୁଠାରୁ ଚ୍ୟାଲେଞ୍ଜିଂ ଭୂମିକା ଥିଲା। ମୁଁ ମୋର ସବୁକିଛି ଆପଣଙ୍କୁ ଦେଇଛି। ଖୁବ୍ ଶୀଘ୍ର ଆସୁଛି।’ ଅଭିନେତାଙ୍କ ଏହି ଲୁକ୍ ଉପରେ ସୋସିଆଲ ମିଡିଆରେ ଜନସାଧାରଣଙ୍କ ମିଶ୍ରିତ ପ୍ରତିକ୍ରିୟା ଆସୁଛି। ଜଣେ ୟୁଜର ଲେଖିଛନ୍ତି, ସାର୍, ଆପଣଙ୍କର ଏହି ପୋଷ୍ଟର ମୋତେ ଟିକେ ନିରାଶ କରିଛି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି – ଏହା କେଉଁ ପ୍ରକାର ଅଶ୍ଳୀଳତା।