ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର:ଆଜି ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ ମୁଖ୍ୟମନ୍ତ୍ରୀ | ଜୀବନବ୍ୟାପୀ ସେବା ସମ୍ମାନ ନେଇ ଆଜି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ୫୦ହଜାରରୁ ଅଧିକ ବିଜେଡି ନେତା ଓ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୫ ବର୍ଷ ହେଲା ଓଡ଼ିଶାବାସୀଙ୍କ ସେବା କରୁଥିବା ମହାନାୟକଙ୍କ ସ୍ୱାଗତ ପାଇଁ ଭୁବନେଶ୍ୱର ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ସାଜସଜ୍ଜା କରାଯାଇଛି । ପୁରୁଣା ବିମାନବନ୍ଦର ବାହାରେ ଦଳୀୟ ବିଧାୟକ ଓ ସାଂସଦଙ୍କ ପାଇଁ ଶିବିର କରାଯାଇଛି ।

ସେଠାରେ ନେତାଙ୍କଠାରୁ ଶୁଭେଚ୍ଛା ଗ୍ରହଣ କରିବେ ନବୀନ ।ସେହିପରି ତାଙ୍କ ସ୍ୱାଗତ ପାଇଁ ହଜାର ହଜାର ଲୋକଙ୍କ ସମାଗମ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଟ୍ୱିନ୍ ସିଟି ପୋଲିସ ପକ୍ଷରୁ ସଭାସ୍ଥଳୀ ସମେତ ବିମାନବନ୍ଦର ପାଖ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ହୋଇଛି । ସୁରକ୍ଷା ଦୃଷ୍ଟିରୁ ୮ ଆଡିସନାଲ ଡିସିପି, ୧୬ ଏସିପିଙ୍କ ସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ସ୍ୱତନ୍ତ୍ର ଆୟୋଜନ କରିଛି ବିଜେଡି । ୨ ବିମାନବନ୍ଦରରୁ ନବୀନ ନିବାସ ଯାଏ ଭିନ୍ନ ଭିନ୍ନ ମଞ୍ଚ କରାଯାଇଛି । ଗୋଟିପୁଅ ନାଚ, ଯୋଡ଼ିଶଙ୍ଖ, ଢେମସା, ସମ୍ବଲପୁରୀ, ଘୁମୁରା ନୃତ୍ୟ ପରିବେଷଣ କରାଯିବ । କେନ୍ଦୁଝର ଓ ମୟୂରଭଞ୍ଜରୁ ପାରମ୍ପରିକ ନାଚଗୀତ ପ୍ରଦର୍ଶିତ କରିବେ କଳାକାର ।