ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ

ଜୟପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ବିଶ୍ବନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ। ଜୟପୁର ସମେତ ବେଲଗୁଣ୍ଠା, ଭୁବନେଶ୍ୱର ସ୍ଥିତ ତାଙ୍କର ବାସଭବନରେ ଚଢାଉ ଜାରି ରହିଚି। ବିଶ୍ବନାଥ ପାତ୍ର ଜୟପୁର ବ୍ଳକର ସହକାରୀ ନିର୍ବାହୀ ଯନ୍ତ୍ରୀ ସହ ପୌରପାଳିକାର ମଧ୍ୟ ଯନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ଏହି ଚଢାଉରେ ଜୟପୁର ସମେତ ଭବାନୀପାଟଣା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି। ଜୟପୁରର ବ୍ଳକ କାର୍ଯ୍ୟାଳୟ ସମେତ ପୌରପାଳିକା ଓ ଯନ୍ତ୍ରୀଙ୍କ ପତ୍ନୀ କାମ କରୁଥିବା DIET ତାଲିମ କେନ୍ଦ୍ରରେ ମଧ୍ୟ ଚଢାଉ ଜାରି ରହିଛି। ସେପଟେ ବର୍ତ୍ତମାନ ସୁଦ୍ଧା ଜୟପୁର ସହରର ନେହୁରୁ ନଗର ସ୍ଥିତ ତିନି ମହଲା ଘର, ପୈତୃକ ଘର ବେଲଗୁଣ୍ଠା କଲି ସାହିରେ ଥିବା ଦୁଇ ମହଲା ବିଶିଷ୍ଟ ଘର ସମେତ ଜୟପୁର ବ୍ଲକ ଓ ପୌର କାର୍ଯ୍ୟାଳୟରେ ଥିବା ବିଶ୍ଵନାଥ ପାତ୍ରଙ୍କ ଚାମ୍ବର, ପାତ୍ରଙ୍କ ପତ୍ନୀ କାର୍ଯ୍ୟ କରୁଥିବା ଡି ଆଇ ଇ ଟି  ଓ ଭୁବନେଶ୍ବର ସ୍ଥିତ ନିଲାଦ୍ରିବିହର ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା।