(କଳାହାଣ୍ଡି / ଗୋଲାପ ସାହୁ ): ଭିଜିଲାନ୍ସ ହାତରେ ସରକାରୀ ବାବୁ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ । ଦୁଇ ଅଧିକାରୀ ହେଉଛନ୍ତି ବିଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତି ଓ ଗ୍ରାମୀଣ ଶ୍ରମ ନିରିକ୍ଷକ ଜୟନ୍ତ ପଣ୍ଡା ।
ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି ଏହି ଦୁଇ ଅଧିକାରୀ। ଶ୍ରମ ଲାଇସେନ୍ସ ରେନୁଆଲ କରିବା ପାଇଁ ଡାକ୍ତର ତରାଇଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।