(ଢେଙ୍କାନାଳ / ମୋନାଲିସା ମିଶ୍ର ): ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ବାଇଁଙ୍କ ଘରେ ଆଜି ସକାଳୁ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ ଜାରି ରହିଛି।ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଶୁକ୍ରୁଙ୍କ ଘର ସମେତ ୦୬ ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ ବିଭାଗ।
ସୂଚନାଥାଉକି ଶ୍ରୀ ସ୍ୱାଇଁ ପୂର୍ବରୁ ଦୀର୍ଘ ବର୍ଷ ଧରି ଢେଙ୍କାନାଳରେ କାର୍ୟ୍ୟରତ ଥିଲେ । କିଛି ମାସ ହେବ ସେ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଛତ୍ରପୁରରୁ ବଦଳି ହୋଇ ପୁଣି ଢେଙ୍କାନାଳ ଆସିଥିଲେ।
ଅଧିକାରୀ ଶ୍ରୀ ସ୍ୱାଇଁଙ୍କ ଢେଙ୍କାନାଳ ଅଫିସ, ସରକାରୀ ବାସଭବନ,ରାଜଧାନୀ ଶିଶୁପାଳଗଡ଼ ସ୍ଥିତ ବାସଭବନ,ଗଡ଼ମହାବୀର କମ୍ପୁଟର ସେଣ୍ଟର ଓ ବ୍ରହ୍ମପୁର ପୌତୃକ ଘର ଉପରେ ମଧ୍ୟ ଚଢ଼ାଉ ଜାରି ରହିଥିବା ଜଣାପଡିଛି।ତେବେ,ଏକ କାଳୀନ ବିଭିନ୍ନ ଜାଗାରେ ଏହି ଚଢ଼ାଉ ଜାରି ରହିଥିବାରୁ ତାଙ୍କ ଆୟ ବହିର୍ଭୁତ ସମ୍ପତ୍ତିର ମୂଲ୍ୟ ଆକଳନର କିଛି ସୂଚନା ମିଳିପାରିନାହିଁ।