ଅଭିନେତା ସଲିମ ଘୋଷଙ୍କୁ ଝୁରୁଛନ୍ତି ଦର୍ଶକ

ଟେଲି ଅଭିନେତା ସଲିମ ଘୋଷ ଆମପାଖରେ ଆଉ ନାହାନ୍ତି ।

(ମୁମ୍ବାଇ) : ଟେଲି ଅଭିନେତା ସଲିମ ଘୋଷ ଆମପାଖରେ ଆଉ ନାହାନ୍ତି । ଟେଲିଭିଜନ ଶୋ ‘ଭାରତ ଏକ ଖୋଜ୍‌ ଏବଂ ସିନେମା ‌ସର୍ଦ୍ଦାରୀ ବେଗମ ଓ ସୋଲଜରରେ ସଲିମଙ୍କ ବଳିଷ୍ଠ ଅଭିନୟ ତାଙ୍କୁ ବେଶ ଲୋକ ପ୍ରିୟ କରିପାରିଥିଲା।

ପରେ ଶ୍ୟାମ ବେଙ୍ଗଲ, ମନ୍ଥନ, କଲିୟୁଗ୍, ସର୍ଦ୍ଦାରୀ ବେଗମ ଏବଂ ମହହେଶ ଭଟ୍ଟଙ୍କ ସାରାସଂ ଓ ସଇଦ ଅକତାର ମିର୍ଜାଙ୍କ ପ୍ରଜୋଜିତ ‘ମୋହ ଜୋଶୀ ହାଜିର ହୋ’ ସିନେମାରେ ତାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ହୃଦୟକୁ ଛୁଇଁ ପାରିଥିଲା। ଜଣେ ପ୍ରସିଦ୍ଧ ଟେଲି କଳାକାର ଭାବେ ସଲିମ ୧୯୮୭ରେ ଲୋକପ୍ରିୟ ଟିଭି ସୋ ‘ସୁବହ’ରେ ସେ ଅଭିନୟ କରିଥିଲେ। ଏଫଟିଆଇଆଇରୁ ଗ୍ରାଜୁଏଟ ସଲିମଙ୍କ ‘ଭାରତ ଏକ ଖୋଜ’ ଭଳି ଫିଚର ଫିଲ୍ମରେ ଅଭିନୟର ଯାଦୁ ଅତ୍ୟନ୍ତ ଚମତ୍କାର। ଏହି ଫିଲ୍ମରେ ସେ ରାମ ଏବଂ କୃଷ୍ଣ ଭୂମିକାରେ ଅଭିନୟ କରିଥିଲେ।


ସୂଚନାନୁଯାୟୀ , ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ହୃଦଘାତ ଯୋଗୁ ସେ ପ୍ରାଣ ହରାଇ ଥିବା ଜଣାପଡ଼ିଛି। କୋକିଲାବେନ ଧିରୁ ବାଈ ଆମ୍ବାନି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ୧୯୭୮ ମସିହାରେ ସ୍ୱର୍ଗ ନର୍କ ଚଳଚ୍ଚିତ୍ରରେ ଅଭିନୟ କରି ଫିଲ୍ମ ଦୁନିଆରେ ଡେବ୍ୟୁ କରଥିଲେ ସଲିମ ।