ଓଲଟିଲା ଗୋରୁ ବୋଝେଇ ଗାଡି : ଦୁର୍ଘଟଣାରେ ଗାଡିର ଡ୍ରଇଭର ଏବଂ ୩ ଗୋରୁଙ୍କ ମୃତ୍ୟୁ

ଭଦ୍ରକ / ଦେବେନ୍ଦ୍ର ନାୟକ : ବେଆଇନ ଗୋରୁ ଚାଲାଣ ବେଳେ ଅଘଟଣ । ଓଲଟିଲା ଗୋରୁ ବୋଝେଇ ଗାଡି  । ଦୁର୍ଘଟଣାରେ ଗାଡିର ଡ୍ରଇଭର ଏବଂ ୩ ଗୋରୁଙ୍କ ମୃତ୍ୟୁ । ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅଧୀନ ଆସୁରାଲି ଠାରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁଯାୟୀ,   ଧାମନଗର ଅଞ୍ଚଳରୁ ଦୁଇଟି ପିକଅପ ଭ୍ୟାନରେ ବେଆଇନ ଗୋରୁ ଚାଲାଣ ଭଦ୍ରକକୁ କରା ଯାଉଥିବା ବେଳେ ଧୂଷୁରୀ ପୋଲିସ ପିଛା କରିଥିଲା ।  ଗୋଟାଏ ଗୋରୁ ବୋଝେଇ ପିକଅପ ଭ୍ୟାନଟି ପୋଲିସ କୁ ଦେଖି ଅସୁରାଳୀ ଠାରେ ଏକ ନଜରୀ କୁ ଓଲଟି ପଡିଥିଲା ।  ଫଳରେ ଏହି ପିକଅପ ଭ୍ୟାନରେ 15 ଟି ଗୋରୁ ଙ୍କ ମଧ୍ୟରୁ 3 ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ପିକଅପ ଭ୍ୟାନ ଡ୍ରାଇଭର ଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।  ଅନ୍ୟ ଗୋରୁ ମାନଙ୍କୁ ଉଦ୍ଧାର କରିଛି ଧୂଷୁରୀ ଥାନା ପୋଲିସ ।  ସେହିପରି ଅନ୍ୟ ଏକ ବେଆଇନ ଗୋରୁ ଚାଲାଣ କରୁଥିବା ପିକଅପ ଭେନ ଟି ପୋଲିସ କୁ ଦେଖି ଗାଡ଼ି ଛାଡି ଦେଇ ଡ୍ରାଇଭର ଫେରାର ହୋଇଯାଇଛି । ସେହି ଗୋରୁ ବୋଝେଇ ପିକଅପ ଭ୍ୟାନଟିରେ 15 ଟି ଗୋରୁ ଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ ଓ ଧୂଷୁରୀ ପୋଲିସ ।   ମୋଟ ଦୁଇଟି ପିକଅପ ଭେନରେ 27 ଟି ଗୋରୁ ଙ୍କୁ ଉଦ୍ଧାର କରିବା ସହ 3 ଟି ଗୋରୁ ଙ୍କ ମୃତ୍ୟୁ ହୋଇଛି ।  ଠିକ ସେହିଭଳି ଭାବରେ ଭଦ୍ରକ ହଳଦୀଡିହ ବାଇପାସ ନିକଟରେ ଏକ ଲୋକଙ୍କୁ ସେବା ଯୋଗାଇବା ପାଇଁ ଉଦ୍ଧିଷ୍ଟ ଥିବା ଆମ୍ବୁଲାନ୍ସ ରେ 10ରୁ ଅଧିକ ଗୋରୁ ବୁଝେଇ ଥିବା ଖବର ପାଇ ଭଦ୍ରକ ପୋଲିସ ଆମ୍ବୁଲାନ୍ସ ଟିକୁ ଜବତ କରିବା ସହିତ ଗୋ ମାତା ଙ୍କୁ ଉଦ୍ଧାର କରିଛନ୍ତି ।