ଘୂର୍ଣ୍ଣିଝଡ ପ୍ରଭାବରେ ବେହାଲ ଆମେରିକା , ଜରୁରିକାଳୀନ ସ୍ଥିତି ଘୋଷଣା

ସାମୁଦ୍ରିକ ଘୂର୍ଣ୍ଣିଝଡ ‘ଇଡା’ ପ୍ରଭାବରେ ପ୍ରବଳ ବୃଷ୍ଚିପାତ। ଆମେରିକାର ନ୍ୟୁୟର୍କ ଓ ନ୍ୟୁଜର୍ସି ଘୂର୍ଣ୍ଣିଝଡ ପ୍ରଭାବରେ ଏପର୍ଯ୍ୟନ୍ତ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

(ଦିଲ୍ଲୀ) : ସାମୁଦ୍ରିକ ଘୂର୍ଣ୍ଣିଝଡ ‘ଇଡା’ ପ୍ରଭାବରେ ପ୍ରବଳ ବୃଷ୍ଚିପାତ। ଆମେରିକାର ନ୍ୟୁୟର୍କ ଓ ନ୍ୟୁଜର୍ସି ଘୂର୍ଣ୍ଣିଝଡ ପ୍ରଭାବରେ ଏପର୍ଯ୍ୟନ୍ତ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଉଭୟ ସ୍ଥାନରେ ଜରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି। ସାମୁଦ୍ରିକ ଘୂର୍ଣ୍ଣିଝଡଟି ଅଧିକ ଶକ୍ତିଶାଳି ହୋଇ ନ୍ୟୁ ଇଂଲଣ୍ଡ ଆଡକୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ସାତ ଜଣଙ୍କ ମୃତ୍ୟୁ ହୋଇଥିବା କଥା ନ୍ୟୁୟର୍କ ପୋଲିସ ସୂଚନା ଦେଇଛି। ଆମେରିକାରେ ଏପର୍ଯ୍ୟନ୍ତ ‘ଇଡା’ର ପ୍ରଭାବ କମିନାହିଁ ନ୍ୟୁୟର୍କରେ କେବଳ ବୁଧବାର ଦିନ ପାଞ୍ଚଘଣ୍ଟା ମଧ୍ୟରେ ୧୭.୭୮ ସେଣ୍ଟିମିଟର ବର୍ଷା ହୋଇଥିଲା।

ସୂଚନାନୁଯାୟୀ,ଘୂର୍ଣ୍ଣଝଡର ଭୟାବହତା କେତେ ତାହା ଏକ ଭିଡିଓରେ ଦେଖିବାକୁ ମିଳିଛି। ସବଓ୍ଵେରେ ଯାତ୍ରା କରୁଥିବା ଲୋକମାନେ କାରର ସିଟ୍ ଉପରେ ଛିଡା ହୋଇଥିବାର ଦେଖିବାକୁ ମିଳିଛି। ସେଭଳି ଆଉ ଏକ ଭିଡିଓରେ ଗାଡିର କାଚ ପର୍ଯ୍ୟନ୍ତ ପାଣି ଭରି ରହିଛି। ନ୍ୟୁୟର୍କରରାଷ୍ଟ୍ରୀୟ ମୈସୁମୀ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ରତିରେ ହଠାତ୍ ବନ୍ୟା ପାଇଁ ଜରୁରିକାଳୀନ ସ୍ଥିତି ଘୋଷଣା କରିଥିଲା। ଏହି ଚେତାବନୀ ସ୍ବତନ୍ତ୍ର ସ୍ଥିତିରେ ଜାରି କରାଯାଇଥାଏ ତେବେ କୌଣସି ବନ୍ୟା କିମ୍ବା ବିଶାକାରୀ କ୍ଷତି ହୋଇଥାଏ।