ଭାରତନାଟ୍ୟମ୍ ନୃତ୍ୟ ଚର୍ଚାରେ ବଲିଉଡ ଅଭିନେତ୍ରୀ ଉର୍ବଶୀ
ନିଜର ନିଆରା ଏବଂ ହଟ ଠାଣି ପାଇଁ ସବୁବେଳେ ଚର୍ଚାରେ ରହିଆସିଛନ୍ତି ଆଗଧାଡିର ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ।
(ମୁମ୍ବାଇ) : ନିଜର ନିଆରା ଏବଂ ହଟ ଠାଣି ପାଇଁ ସବୁବେଳେ ଚର୍ଚାରେ ରହିଆସିଛନ୍ତି ଆଗଧାଡିର ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା । ଉର୍ବଶୀ ତାଙ୍କ ପ୍ରତିଭା ଏବଂ ସୌନ୍ଦର୍ଯ୍ୟ ହେତୁ ଇଣ୍ଡଷ୍ଟ୍ରିରେ ଏହି ସ୍ଥାନ ହାସଲ କରିଛନ୍ତି। ଯଦିଓ ଅଭିନେତ୍ରୀଙ୍କୁ ଫିଲ୍ମରେ କ୍ୱଚିତ୍ ଦେଖାଯାଏ, କିନ୍ତୁ ସେ ଦୁନିଆର ଟପ୍ ମଡେଲ୍ ତାଲିକାରେ ରହିଛନ୍ତି । ଭାରତନାଟ୍ୟମ୍ କରି ଫ୍ୟାନ୍ସଙ୍କ ହୃଦୟ ଜିତିଲେ ଉର୍ବଶୀ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ପ୍ରତିବର୍ଷ ଭଳି ମୁମ୍ବାଇରେ ରବିବାର ସନ୍ଧ୍ୟାରେ ମୁମ୍ବାଇ ପୋଲିସ ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶାହାରୁଖ ଖାନଙ୍କ ଠାରୁ ସାରା ଅଲି ଖାନ ପର୍ଯ୍ୟନ୍ତ ଉମଙ୍ଗ କାର୍ଯ୍ୟକ୍ରମରେ ନିଜର ପରଫର୍ମାନ୍ସ ଦେଉଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ଉର୍ବଶୀ ରୌତେଲାଙ୍କ ଦେଶୀ ଅନ୍ଦାଜ ଦେଖିବାକୁ ମିଳିଥିଲା।
ସୂଚନାନୁଯାୟୀ , ଉର୍ବଶୀ କେବଳ ସେଠାରେ ବସିଥିବା ଲୋକଙ୍କର ନୁହେଁ ବରଂ ଉମଙ୍ଗ କାର୍ଯ୍ୟକ୍ରମ ସମୟରେ ଭାରତନାଟ୍ୟମ୍ କରି ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ। ବର୍ତ୍ତମାନ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏହି ଲୁକ୍ ର ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଉର୍ବଶୀ ଗୋଲାପୀ ଏବଂ ସବୁଜ ରଙ୍ଗର ଭାରତନାଟ୍ୟମ୍ ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଭାରତନାଟ୍ୟମ୍ ପୋଷାକରେ ଉର୍ବଶୀ ଜଣେ ଆପସରା ପରି ଲାଗୁଛନ୍ତି।