ସ୍ଥଗିତ ରହିଲା ୟୁପିଏସସି ସିଭିଲ ସର୍ଭିସ ପାରୀକ୍ଷା

ନୂଆଦିଲ୍ଲୀ : ସ୍ଥଗିତ ରହିଲା ୟୁପିଏସସି ସିଭିଲ ସର୍ଭିସ ପାରୀକ୍ଷା । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା କୁ ସ୍ଥଗିତ ରଖାଯାଇଛି । ମେ’ ୨୬ରେ ହେବକୁ ଥିବା ସିଭିଲ୍ ସର୍ଭିସର ପ୍ରାଥମିକ ପରୀକ୍ଷାକୁ ଜୁନ୍ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ୟୁନିଅନ ପବ୍ଲିକ ସର୍ଭିସ କମିସନ ସୂଚନା ଦେଇଛି।ସୂଚନା ଅନୁଯାୟୀ , ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପରୀକ୍ଷା ବିଳମ୍ବରେ ହେବ। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମେ ୨୬ରେ ହେବାକୁ ଥିବା ପରୀକ୍ଷାସୂଚିକୁ ବଦଳା ଯାଇଛି। ପରୀକ୍ଷାର ସ୍ଥଗିତାଦେଶ ସମ୍ବନ୍ଧୀୟ ସୂଚନା ପ୍ରଦାନ କରି ୟୁପିଏସସି କହିଛି ଯେ, ସାଧାରଣ ନିର୍ବାଚନର କାର୍ଯ୍ୟସୂଚିକୁ ଦୃଷ୍ଟିରେ ରଖି କେନ୍ଦ୍ର ଲୋକ ସେବା ଆୟୋଗ ୨୬.୦୩.୨୦୨୪ ରେ ହେବାକୁ ଥିବା ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା କୁ ସ୍ଥଗିତ ରଖିଛି। ବର୍ତ୍ତମାନ ଏହି ପରୀକ୍ଷା ୧୬.୦୬.୨୦୨୪ ରେ ଅନୁଷ୍ଠିତ ହେବ ।