ବଦଳିଲା ୟୁପିଆଇ ନିୟମ

ଯୁଗ ବଦଳିବା ସହିତ ପ୍ରଯୁକ୍ତିବିଦ୍ୟା ର ବ୍ୟବହାର ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି ଏବଂ ସାରା ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ଦ୍ରୁତଗତିରେ ବୃଦ୍ଧି ପାଉଛି ।ସହରଠୁ ଗାଁ , ଛୋଟରୁ ବଡ ଦୋକାନ ଏବଂ ବଡ ବ୍ୟବସାୟ ପ୍ରତିଷ୍ଠାନ ପ୍ରାୟ ସବୁଠି  QR CODE ମାଧ୍ୟମରେ UPI  ପେମେଣ୍ଟ ହେଉଛି । ତେବେ ୟୁପିଆଇ ବ୍ୟବହାର କରୁଥିବା ବ୍ୟବସାୟୀ ଓ ଦୋକାନୀ ମାନଙ୍କ ପାଇଁ ଆସିଛି ବଡ ଖବର ।ୟୁପିଆଇ , କ୍ୟୁ ଆର କୋଡ଼  ଭଳି ଡିଜିଟାଲ ପେମେଂଟ ସୁବିଧା ଜାରି ରଖିବା ପାଇଁ ବ୍ୟବସାୟୀ ଙ୍କ ପୁନଃ -କେୱାଇସି କରିବାକୁ ରିଜର୍ଭ ବ୍ୟାଙ୍କ ପେଟିଏମ, ଗୁଗୁଲ ପେ ଭଳି ପେମେଂଟ ଏଗ୍ରିଗେଟରମାନଙ୍କୁ ନିର୍ଦେଶ ଦେଇଛନ୍ତି ।ତେବେ ଏହି ସମୟସୀମା ସେପ୍ଟେମ୍ବର ୧୫ ରେ ଶେଷ ହେବାକୁ ଯାଉଛି କିନ୍ତୁ ଏବେ ସୁଦ୍ଧା ବହୁତ ବ୍ୟବସାୟୀ ଙ୍କ ପୁନଃ-କେୱାଇସି ପ୍ରକ୍ରିୟା ସରିନାହିଁ ।ତେଣୁ ପେମେଂଟ ଏଗ୍ରିଗେଟରମାନେ ସଂସ୍ଥା ଗୁଡିକ ସମୟସୀମା  ଆଉ କିଛିଦିନ ବଢାଇବାକୁ ଅନୁରୋଧ କରିଛନ୍ତି  ।ବିଶେଷ କରି ରିଜର୍ଭ ବ୍ୟାଙ୍କ ର ଏକ ନିୟମ ଏହି ପ୍ରକ୍ରିୟା କୁ ଆହୁରି କଷ୍ଟକର କରିଦେଇଛି। ତେବେ ହୋଇଥିବା ନିୟମ  ଅନୁସାରେ ପେମେଂଟ ଏଗ୍ରିଗେଟର କର୍ମଚାରୀମାନେ ବ୍ୟବସାୟୀ ଙ୍କ ନିକଟକୁ ଯାଇ  ସିଧାସଳଖ ପୁନଃ -କେୱାଇସି କରିବେ ।ଯାହା ଫଳରେ ନିର୍ଧାରିତ ସମୟ ଭିତରେ ଅଟେ ବ୍ୟବସାୟୀ ଙ୍କ କେୱାଇସି କରିବା ପେମେଂଟ ଏଗ୍ରିଗେଟରମାନଙ୍କ ପାଇଁ ଅସମ୍ଭବ ହୋଇପଡିଛି ।

ତେବେ ସବୁଠାରୁ ବଡ଼କଥା ହେଉଛି ଯଦି ଏହାର ସମୟ ଅବଧି ବଢା ନ ଗଲା ତେବେ ଏହା ବ୍ୟବସାୟୀ ଙ୍କ ୟୁପିଆଇ କାରବାର ଉପରେ ପ୍ରଭାବ ପକାଇବା କି ? ତେବେ  କେୱାଇସି ହେଉଛି ଗ୍ରାହକ ଙ୍କ ପରିଚୟ ଓ ଠିକଣା ଯାଞ୍ଚ କରିବାର ପ୍ରକ୍ରିୟା ।ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ନିୟମ କରିବାର କାରଣ ହେଉଛି ଡିଜିଟାଲ ଠକେଇ ଓ ମନିଲଣ୍ଡ୍ରରିଂ  ଭଳି ଆର୍ଥିକ ଅପରାଧକୁ ରୋକିବା ।ତେବେ ଦେଖାଯାଉ ଆଗକୁ ରିଜର୍ଭ ବ୍ୟାଙ୍କ ଏହି ସମୟ ଅବଧି କୁ ଆହୁରି ବୃଦ୍ଧି କରୁଛି ନା  ସେପ୍ଟେମ୍ବର ୧୫ ପରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଉଛି