କୋର୍ଟରେ ହାଜର ହେବାକୁ ରାହୁଲ ଗାନ୍ଧୀଙ୍କୁ ନିର୍ଦେଶ

0

ଦିନକୁ ଦିନ ବଢୁଛି ରାହୁଲଙ୍କ । ଅନେକ ଥର କୈାଣସି ନା କୈାଣସି କାରଣକୁ ନେଇ ବିବାଦକୁ ଆସୁଛନ୍ତି ବିରୋଧି ଦଳ ନେତା ରାହୁଲ ଗାନ୍ଧୀ । ନିକଟରେ ସେ ଜାତି ଜନଗଣନାକୁ ନେଇ ଦେଇଥିବା ଏକ ବିବାଦୀୟ ବୟାନକୁ ନେଇ ଫସିଛନ୍ତି । ବରେଲି ଜିଲ୍ଲା କୋର୍ଟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି। ଜାନୁଆରୀ ୭ ରେ ଗାନ୍ଧୀଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି।

ଲୋକସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ ଏକ ବିବୃତ୍ତି ଦେଇଥିଲେ । ଯେଉଁଥିରେ ସେ କହିଥିଲେ ଯେ ଆମ ସରକାର କ୍ଷମତାକୁ ଆସିବା ପରେ ଏକ ଅର୍ଥନୈତିକ ସର୍ଭେ କରାଯିବ। ସେହି ଆଧାରରେ, ଯାହାର ଅଧିକ ସମ୍ପତ୍ତି ଅଛି ସେହି ଅଂଶକୁ ଦିଆଯିବ ଜ୍ଝ ନିର୍ବାଚନ ସମୟରେ ମଧ୍ୟ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ବହୁ ବିରୋଧ କରାଯାଇଥିଲା। ବିଶ୍ୱାସ କରାଯାଉଥିଲା ଯେ ରାହୁଲ ଗାନ୍ଧୀ ଏକ ନିର୍ଦ୍ଦିଷ୍ଟ ବିଭାଗକୁ ଖୁସି କରିବା ପାଇଁ ଏପରି ବିବୃତ୍ତି ଦିଅନ୍ତି।

ଏହା ହିନ୍ଦୁ ସମ୍ପ୍ରଦାୟରେ ଭୟର ବାତାବରଣ ସୃଷ୍ଟି କରିଥିଲା। ଏହା ପରେ ବରେଲି କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା। ଯେଉଁଥିରେ ବର୍ତ୍ତମାନ ରାହୁଲଗାନ୍ଧୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ। ପୁରା ମାମଲାରେ କୋର୍ଟରେ ମାମଲା ଦାୟର କରିଥିବା ତଥା ହିନ୍ଦୁ ମହାସଭାର ମଣ୍ଡଳ ସଭାପତି ପଙ୍କଜ ପଠକ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତି ମୁସଲମାନ ସମ୍ପ୍ରଦାୟକୁ ଖୁସି କରିବା ଏବଂ ହିନ୍ଦୁମାନଙ୍କଠାରୁ ସେମାନଙ୍କ ସମ୍ପତ୍ତି ଛଡ଼ାଇ ନେବା। ଯେଉଁଥିପାଇଁ ସେ ବହୁତ ଆଘାତ ପାଇଥିଲେ, ଏବଂ ତାଙ୍କ ବିରୋଧରେ ମାମଲା ଦାୟର କରିବାକୁ ଆବେଦନ କରିଥିଲେ ।କିନ୍ତୁ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ।ଏହାପରେ ସେ ସ୍ୱତନ୍ତ୍ର କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏଠାରେ ସେ ଏହି ପ୍ରସଙ୍ଗରେ ପିଟିସନ ନ ଦାଖଲ କରିଥିଲେ। ଏବେ ରାହୁଲ ଗାନ୍ଧିଙ୍କୁ ଏହି ମାମଲାରେ ତାଙ୍କ ପକ୍ଷ ରଖିବାକୁ କୋର୍ଟ ନୋଟିସ୍ ଜାରି କରିଛନ୍ତି।