ଭୁବନେଶ୍ୱର: ଭୁବନେଶ୍ୱର ଗସ୍ତରେ ଆସିବେ ଶାହ । ୨୮ ତାରିଖ ସନ୍ଧ୍ୟରରେ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହା ପରେ ଓଡିଶାରେ କାର୍ଯ୍ୟକ୍ରମ ଶେଷ କରି ୨୯ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୯ ତାରିଖ ସକାଳେ ଭୁବନେଶ୍ଵରରେ ରହି ଦିଲ୍ଲୀ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ସାମିଲ ହେବେ । ଭିସି ମାଧ୍ୟମରେ ବୈଠକରେ ଯୋଗଦେବେ ଅମିତ ଶାହ । ସେହି ବୈଠକରେ ସବୁ ରାଜ୍ୟର ସଭାପତି, ସଙ୍ଗଠନ ମହାମନ୍ତ୍ରୀ, ପ୍ରଭାରୀ, ସହ ପ୍ରଭାରୀ ଓ ରାଷ୍ଟ୍ରୀୟ ପଦାଧିକାରୀମାନେ ଉପସ୍ଥିତ ରହିବେ ବୋଲି କହିଛନ୍ତି ।