ଦେଶି ମଦ ଭାଟିରେ ଚଢାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ

ଆଠଗଡ: ପୁଣି ମାତିଲେ ମଦ ମାଫିଆ । ଦେଶି ମଦ ଭାଟିରେ ଚଢାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ । ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରୁ। ପୁଲିସ୍ ଗାଁରେ ପହଞ୍ଚି ନିଶା ମାଫିଆଙ୍କ କବଳରୁ ଅବକାରୀ ବିଭାଗ କର୍ମଚାରୀଙ୍କୁ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ , ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଦୀର୍ଘ ଦିନ ଧରି ଦେଶୀ ମଦ କାରବାର ହେଉଥିଲା। କୌଣସି ସୂତ୍ରରୁ ଖବର ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କ ନେତୃତ୍ୱର ଏକ ଟିମ୍ ଉକ୍ତ ଗାଁରେ ପହଞ୍ଚି ମଦ ଭାଟି ଉପରେ ଚଢ଼ଉ କରିଥିଲେ। ଏହାପରେ ଗ୍ରାମ ଲୋକ ଅବକାରୀ ବିଭାଗର ଗାଡି ଭାଙ୍ଗାରୁଜା କରିବା ସହିତ ଅବକାରୀ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ଖବର ପାଇ ଖୁଣ୍ଟୁଣୀ ଥାନା ପୁଲିସ୍ ଗାଁରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ଅବକାରୀ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା ପୁଲିସ୍।