(ବନବାସୀ ପ୍ରଧାନ /କନ୍ଧମାଳ) ; ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ବ୍ଲକ୍ର ମୁଣ୍ଡିଗଡ ଠାରେ ଥିବା ମାଁ ଭୈରବୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଅନ୍ତେବାସି ବିଭିନ୍ନ ସମସ୍ୟା ସହ ପ୍ରଧାନ ଶିକ୍ଷତ୍ରୀ ଓ ହଷ୍ଟେଲ ମେଟରନ ସେମାନଙ୍କୁ ଠିକ୍ ଭାବରେ ବ୍ୟବହାର ନକରିବା ସହ ଗାଳିଗୁଲଜ କରୁଥିବା ଅଭିଯୋଗ କରି ରାତିରୁ ହଷ୍ଟେଲ ଛାଡି ପଳେଇଥିବା ଜଣାପଡିଛିି। ଏନେଇ ମଙ୍ଗଳ ଅଧିକାରି କନ୍ଧମାଳ ଶିମାଞ୍ଚଳ ବେହେରା , ଉପଖଣ୍ଡ ମଙ୍ଗଅଧିକାରି ଜଗତ୍ ଜିବନ ବଗର୍ତ୍ତି ପହଁଚି ପିଲାମାନେ ହଷ୍ଟେଲ ଛାଡିଥିବା କାରଣ ପଚାରି ବୁଝିଥିଲେ । ଏଥିସହ ବର୍ତ୍ତମାନ ୮ଟି ପିଲା ଦିନ ୨ଟା ସୁଦ୍ଧା ଫେରେଇ ଆଣିଥିବା ଜଣାପଡିଥିବା ବେଳେ ଅନ୍ୟ ଛାତ୍ରୀ ମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଫେରାଇ ଆଣିବାକୁ କହିଛନ୍ତି ତୁମୁଡ଼ିବନ୍ଧ ବିଡିଓ ଓ ଜିଲ୍ଲା ମଙ୍ଗଳ ଅଧିକାରୀ । ଏପଟେ ଘରକୁ ପଳେଇଥିବା ଛାତ୍ରିର ମା କହୁଛନ୍ତି ଯେ ପିଲାମାନେ ହଷ୍ଟଲରେ ରହୁଥିବା ସମୟରେ ସେମାନଙ୍କୁ ଗାଳି ଗୁଲଜ କରାଯିବା ସହିତ ପ୍ରଧାନ ଶିକ୍ଷୟିତ୍ରୀ ବିଭିନ୍ନ ସମୟରେ ନିଯ୍ୟାତନା ଦେଇଥାନ୍ତି, ଏମିତିକି ପାଣିର ସମସ୍ୟା ନେଇ ହନ୍ତସନ୍ତ ହେଉଥିଲେ ଛାତ୍ରୀ ମାନେ ଏହି ସବୁ କାରଣ ପାଇଁ ହଷ୍ଟେଲ ଛାଡିଥିବା ଅଭିଯୋଗ ହୋଇଛି। ଏପଟେ ଏହି ଅଞ୍ଚଳ ଏକ ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ଏପରି ସ୍ଥଳରେ ପିଲା ସୁରକ୍ଷିତ ନୁହନ୍ତି ତେଣୁ ପଦକ୍ଷେପ ଶିଘ୍ର ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି।