(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ୧୯ ଲଢେଇ ପାଇଁ ବିଜେପି ଫୋକସରେ ଓଡ଼ିଶା । ନିର୍ବାଚନକୁ ନେଇ ବିଜେପି ତାର କାର୍ଯ୍ୟକ୍ରମ କୁ ଯୋରଦାର ଚଳାଇଛି । ଗୋଟିଏ ଦିନରେ ବିଜେପିର ଦୁଇଟି ନିର୍ବାଚନୀ ପଚାର । ଆଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରାପୁଟ ଜିଲ୍ଲାର ଜୟପୁର ଗସ୍ତରେ ଆଦୁଥିବା ବେଳେ ବରିଷ୍ଠ ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ମଧ୍ୟ ଆଜି ଓଡ଼ିଶା ଆସୁଛନ୍ତି। ସେ ପୁରୀ ଆସି ବିଜେପି ପାଇଁ ପ୍ରଚାର କାର୍ୟ୍ୟକ୍ରମରେ ସାମିଲ ହେବେ। ଏହାସହ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପ୍ରାର୍ଥୀପତ୍ର ଦାଖଲ ରାଲିରେ ଯୋଗଦେବେ। ଆଜି ପୂର୍ବାହ୍ନରେ ସମ୍ବିତ ପାତ୍ର ତାଙ୍କର ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ତାଙ୍କର ମନୋନୟନ ପତ୍ର ଦାଖଲ କରିବେ।