ରାୟପୁର / ସଞ୍ଜୁ– ଛତିଶଗଡ ବିଜାପୁର ଜିଲ୍ଲା ବାସାଗୁଡା ଥାନା ଠାରୁ ୨ କିଲୋମିଟର ଦୂର ରାଜକୋଟ ପାଖରେ ଲ୍ୟାଣ୍ଡମାଇନ ବିସ୍ପୋରଣ ହୋଇଥିବା ସୂଚନା ମିଳିଛି । ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ବୋଲେରୋରେ ବାସାଗୁଡ଼ା ଆସୁଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା। ଫଳରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହେବା ସହ ସେଥିରେ ଥିବା ଡ୍ରାଇଭରଙ୍କ ସହ ଅନ୍ୟ ଜଣେ ଆହତ ହୋଇଛନ୍ତି । ଦୁଇ ଗୁରୁତରଙ୍କ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତିକରାଯାଇଛି । ଆହତ ଦୁଇ ଜଣ ହେଲେ ବଳରାମ ପ୍ରଧାନ ଓ ମହମ୍ମଦ ଇକବାଲ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଲ୍ୟାଣ୍ଡମାଇନ କରାଇଥିବା ଜଣାଯାଉଛି । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।