(ମୁମ୍ବାଇ) : ମୁମ୍ବାଇରେ ଗଡିବ ମେଟ୍ରୋ । ଧୀରେ ଧୀରେ ସହର ସ୍ମାର୍ଟରେ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୨ ପାଖରୁ ହିନ୍ଦୁ ନବବର୍ଷ ଅବସରରେ ମେଟ୍ରୋ ଦୁଇଟି ନୂଆ ଲାଇନରେ ପରିବହନ ଆରମ୍ଭ କରିବ।
ସୂଚନାନୁଯାୟୀ , ଏହି ଦିନ ଗୁଡ଼ି ପଡ଼ୱାରୁ ଆଂଶିକ ଭାବେ ମେଟ୍ରୋ ଚଳାଚଳ ନେଇ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ଦିନ ଏହି ଲାଇନରେ ୧୮ ଘଣ୍ଟା ମେଟ୍ରୋ ଚାଲିବ। ନୂଆ ଲାଇନରେ ଚଳାଚଳ କରିବାକୁ ଥିବା ମେଟ୍ରୋରେ ୬ ଟି ଲେଖା କୋଚ୍ ରହିବ। ଏହା ୧୦ ମିନଟ୍ ବ୍ୟବଧ୍ୟାନ ଚାଲିବ ।