ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା , ଜଣେ ମୃତ, ଦୁଇ ଗୁରୁତର
ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା ଗୋଉଡଗୁଡା ନିକଟ କୁଟ୍ରା ଘାଟି ଉପରେ ଦୁଇଟି ମଟର ସାଇକଲ ମଧ୍ୟରେ ମୁହାଁମୁହିଁ ଧକ୍କା ।ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହାତ ହୋଇଥିବା ଜଣା ପଡିଛି ।
(ଲକ୍ଷ୍ମୀପୁର) : ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା ଗୋଉଡଗୁଡା ନିକଟ କୁଟ୍ରା ଘାଟି ଉପରେ ଦୁଇଟି ମଟର ସାଇକଲ ମଧ୍ୟରେ ମୁହାଁମୁହିଁ ଧକ୍କା ।ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହାତ ହୋଇଥିବା ଜଣା ପଡିଛି ।
ମୃତ ବ୍ୟକ୍ତିଙ୍କର ପରିଚୟ ମିଳି ନଥିବା ବେଳେ ତାଙ୍କ ଘର ପଞ୍ଚଡା ପଞ୍ଚାୟତର ଝୋଡିଖେନ୍ଦା ଗ୍ରାମ ଓ ଅନ୍ୟ ମଟର ସାଇକଲ ଚାଳକର ଘର କୁଟିଙ୍କା ପଞ୍ଚାୟତର ଢାମଣଗଣ୍ଡା ଗ୍ରାମ ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ କାକିରିଗୁମା ପୋଲିସ ପହଁଚି ଦୁଇଟି ମଟର ସାଇକଲ ଜବତ କରିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ କାକିରିଗୁମା ଥାନାରେ କୌଣସି ଅଭିଯୋଗ ଆସିନଥିବାରୁ ମାମଲା ରୁଜୁ କରା ଯାଇ ନଥିବା ପୋଲିସ କହିଛି ।