(ପ୍ରିୟଦର୍ଶନୀ ସ୍ୱାଇଁ): ଚୋରଙ୍କ ଦୃଷ୍ଟିରୁ ବାଦ ପାଇଲାନି ଫଳ ଦୋକାନ । ୪/୫ପେଟି ଫଳ ସହ ୫୦୦୦ ଟଙ୍କା ନେଇ ଚାଲିଯାଉଥିଲେ ଦୁବୃର୍ତ୍ତ । ଏପରି ଏକ ଅଭିଯୋଗ ହୋଇଛି ସହିଦନଗର ଥାନାରେ । ପୋଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୩ଟାରେ ୧୯ବର୍ଷୀୟ ବିଭୂତି ଓ ତ୍ରିନାଥ ମିଶି ସତ୍ସଙ୍ଗବିହାର ନିକଟ ସୁମନ୍ତ ରାଉତଙ୍କ ଫଳ ଦୋକାନରେ ପଶି ୪/୫ଟି ଫଳପେଟି ଓ ୫ହଜାର ଟଙ୍କା ନେଇ ବାହାରୁଥିବା ସମୟରେ ସୁମନ୍ତ ଉଠିପଡ଼ିଥିଲେ। ଦୋକାନରୁ ଚୋରି ହେଉଥିବା ଦେଖି ପାଟି କରିଥିଲେ। ଉଭୟ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସୁମନ୍ତ ବିଭୂତିକୁ କାବୁ କରିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭୂତିକୁ ଗିରଫ କରି ଥାନାକୁ ନେଇଥିଲା। ପୁଲିସ ତାଠାରୁ ଠିକଣା ଠାବ କରି ତ୍ରିନାଥ କୁ ବସ୍ତିରୁ ଗିରଫ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।