ଆଉ ଜଣେ ଅଭିନେତା କଲେ ଆତ୍ମହତ୍ୟା

ମୁମ୍ବାଇ: କରୋନା ମହାମାରୀ ସଙ୍କଟ ସମୟରେ ଗୋଟିଏ ପରେ ଗୋଟିଏ ଅଭିନେତାଙ୍କ ଆତ୍ମହତ୍ୟା କରିବାର ଖବର ଆସୁଛି । କିଏ ମାନସିକ ଚାପରେ ତ କିଏ ରୋଗରେ ପୀଡିତ ହୋଇ । ତେବେ ଏହାରି ଭିତରେ ଅଧିକାଂଶ ଯୁବକ ମାନସିକ ଅବସାଦ ଯୋଗୁଁ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି । ଆଜି ଅଭିନେତା ସମୀର ଶର୍ମା ଆତ୍ମହତ୍ୟା କରିଛନ୍ତି । ସେ ମୁମ୍ବାଇ ସ୍ଥିତ ନିଜ ବାସ ଭବନରେ ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ସମୀର ଶର୍ମା ‘କ୍ୟୁଁ କି ଶାଶ ଭୀ କଭୀ ବହୁ ଥୀ’, ‘ୟେ ରିସ୍ତେ ହେ ପ୍ୟାର କେ’ ସିରିଏଲରେ କାମ କରିଛନ୍ତି ।
ସୁଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ୪୪ ବର୍ଷ ବୟସ୍କ ସମୀର ଶର୍ମା ମଶ୍ଚିମ ମଲାଡ ସ୍ଥିତ ନେହା ସିଏଚଏସ ବିଲଡିଂ ରେ ନିଜ ବାସଭବନରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ତେବେ ରାତି ଡ୍ୟୁଟିରେ ଥିବା ଜଗୁଆଳ ତାଙ୍କ ଶବକୁ ରୋଷେଇ ଘରେ ଝୁଳନ୍ତା ଅବସ୍ଥାରେ ଦେଖିଥବା ଜଣାପଡିଛି ।