ଟୁଟୁଆ ହତ୍ୟାକାଣ୍ଡ ମାମଲା: ରୋହିତ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡ

(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ରାଜଧାନୀ ଉପକଣ୍ଠ ଟୁଟୁଆ ହତ୍ୟାକାଣ୍ଡ ମାମଲାରେ ରାୟ ପ୍ରକାଶ । ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ମିଞ୍ଜା ଓରଫ ରୋହିତ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ । ଏଥିରେ ଥିବା ଅନ୍ୟ ୫ ଜଣ ନିର୍ଦୋଷରେ ଖଲାସ ହେଲେ । ମାନ୍ୟବର ସ୍ପେସିଆଲ ଜଜ ସିବିଆଇ ୧ କୋର୍ଟଙ୍କ ରାୟ । ଗତ ୬ ଜୁଲାଇ ୨୦୧୦ ରେ ଟୁଟୁଆ ଓରଫ ପ୍ରଶାନ୍ତ ପ୍ରଧାନଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଂଡ କରି ହାଣିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ଅଭିଯୁକ୍ତ । ୩୦୨, ୩୬୪, ୨୦୧, ୩୭୯, ୪୧୧, ୧୨୦-ଭ ରେ ମାମଲା ରୁଜୁ ହୋଇଥିଲା ।