ଯୁଦ୍ଧ ବନ୍ଦୀଙ୍କୁ ଛାଡିବନି ହମାସ । ଯାହାକୁ ସ୍ପଷ୍ଟ କରିଛନ୍ତି ହାମାସର ସଶସ୍ତ୍ର ଶାଖାର ମୁଖପାତ୍ର । ସେ କହିଛନ୍ତି, ଇସ୍ରାଏଲ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ସ୍ଥଗିତ ରଖିଛନ୍ତି । ଯାହାକୁ ସେ ଅସ୍ତ୍ରବିରତି ଚୁକ୍ତିର ଉଲ୍ଲଂଘନ ବୋଲି ଦର୍ଶାଇଛନ୍ତି । ଇସ୍ରାଏଲରେ ବନ୍ଧକ ଥିବା ଅଧିକ ପାଲେଷ୍ଟାଇନ କଏଦୀଙ୍କ ବଦଳରେ ଗାଜାରେ ବନ୍ଧକ ଥିବା ୩ ଜଣଙ୍କୁ ଶନିବାର ମୁକ୍ତ କରାଯିବ । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ ଏବଂ ହାମାସର ଏହି ଘୋଷଣାକୁ ଅସ୍ତ୍ରବିରତି ଚୁକ୍ତିର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି କହିଛନ୍ତି। ଇସ୍ରାଏଲର ପ୍ରମୁଖ ସହଯୋଗୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାମର୍ଶ ଦେଇଛନ୍ତି ଯେ, ଯଦି ଶନିବାର ସୁଦ୍ଧା ଗାଜାରେ ବନ୍ଦୀମାନଙ୍କୁ ଫେରାଇ ନ ଦିଆଯାଏ ତେବେ ଅସ୍ତ୍ରବିରତି ପ୍ରତ୍ୟାହାର କରାଯିବା ଉଚିତ ବୋଲି ।

ଟ୍ରମ୍ପ କହିଛନ୍ତି, ଶନିବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ସେମାନଙ୍କୁ ଫେରାଇ ଦିଆଯାଉ। ଯଦି ବନ୍ଧକମାନଙ୍କୁ ମୁକ୍ତ କରା ନଯାଏ, ତେବେ ସବୁ କିଛି ନଷ୍ଟ ହୋଇଯିବ ବୋଲି ଟ୍ରମ୍ପ କହିଛନ୍ତି। ଏବଂ ଆମେ ଅକ୍ଟୋବର ୭ ତାରିଖର ବାସ୍ତବତାକୁ ଫେରିବାକୁ ଦେବୁ ନାହିଁ ବୋଲି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
