(ବନବାସୀ ପ୍ରଧାନ)କନ୍ଧମାଳ: କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ବସ ସହ ଟ୍ରକ ଧକ୍କା । ଫଳରେ ଟ୍ରକଟି ଓଲଟିବା ସହିତ ବସଟିର ସମ୍ମୁଖ ପାଖ ଭାଙ୍ଗିରୁଜି ଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବ୍ରହ୍ମପୁରରୁ ବାଲିଗୁଡା ଆସୁଥିବା ନାରାୟଣି ବସ କଳିଙ୍ଗା ଘାଟି ଉଠୁଥିବା ସମୟରେ ଅପର ପକ୍ଷରୁ ଦୃତ ବେଗରେ ଆସୁଥିବା ଏକ ଟ୍ରକ ଘାଟି ନିକଟରେ ବସକୁ ମୁହାଁ,ମୁହିଁ ଧକ୍କା ଦେବା ଫଳରେ ଟ୍ରକଟି ଓଲଟି ପଡିଥିଲା ।ଯାହା ଫଳରେ ଯାତ୍ରୀବାହି ବସର ସମ୍ମୁଖ ଭାଗ ଭାଙ୍ଗି ପଡିଥିବାବେଳେ ଅଳ୍ପକେ ମୃତ ମୁଖରୁ ବଞ୍ଚିଯାଇ ଥିଲେ ସମସ୍ତ ଯାତ୍ରୀ ।କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।ଟ୍ରକ ଡ୍ରାଇଭର ସୁରକ୍ଷିତ ଥିବାବେଳେ ଟ୍ରକ ହେଲପର ଆହତ ହୋଇ ଗୁରୁତର ଥିବା ଜଣାପଡିଛି ।ହେଲପରକୁ ଜିଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡିଛି ।