୯ ଦଫା ଦାବି ନେଇ ବିଏମସି କାର୍ଯ୍ୟାଳୟକୁ ଘେରାଉ କଲେ ଉଠା ଦୋକାନୀ

ଭୁବନେଶ୍ୱର: ଧାରଣାରେ ଉଠା ଦୋକାନୀ । ରାଜଧାନୀ ଭୁବନେଶ୍ୱରର ନାଲକୋ ଛକରେ ହଜାର ହଜାର ଉଠା ଦୋକାନୀ ଧାରଣା ଦେଇଛନ୍ତି ।   କଟକ-ନନ୍ଦନକାନନ-ଜୟଦେବବିହାର ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାରେ ଶହ ଶହ ଗାଡି ଅଟକି ରହିଛି । ବିଏମସି ଉତ୍ତର ଜୋନ୍‌ କାର୍ଯ୍ୟାଳୟ ନିକଟରେ ଦୋକାନୀ ଧାରଣା ଦେଇଛନ୍ତି । ବେଆଇନ ଉଚ୍ଛେଦକୁ ବିରୋଧ କରି ଏହି ଧାରଣା ଦିଆଯାଇଛି । ୯ ଦଫା ଦାବି ନେଇ ବିଏମସି କାର୍ଯ୍ୟାଳୟକୁ ଉଠା ଦୋକାନୀ ଘେରାଉ କରିଛନ୍ତି । ରାସ୍ତାରେ ଉପରେ ଦୋକାନୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଆରମ୍ଭ କରିଛି  ।