ଭୁବନେଶ୍ୱର/ସରୋଜ ରାଉତ: ରାଜ୍ୟର ୩ ପ୍ରମୁଖ ଜେଲର ସୁପରିଣ୍ଟେଣ୍ଡେଣ୍ଟଙ୍କ ବଦଳି । ରାଜ୍ୟ ସରକାର ଭୁବନେଶ୍ୱର, ପୁରୀ ଓ ବଲାଙ୍ଗିର ଜେଲ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଦଳବଦଳ କରିଛନ୍ତି । ଭୁବନେଶ୍ୱର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଧିରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗିର ବଦଳି କରାଯାଇଥିବା ବେଳେ ପୁରୀ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର ଓ ବଲାଙ୍ଗିର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଉର୍ମିଳା ମିଞ୍ଜ୍ଙ୍କୁ ପୁରୀ ଜେଲ୍ର ସୁପରିଣ୍ଟେଣ୍ଡେଣ୍ଟ ଭାବେ ବଦଳି କରାଯାଇଛି।