(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ସ୍ୱାଭାବିକ ହୋଇଛି ରେଳ ଚଳାଚଳ । ପୂର୍ବତଟ ରେଲୱେ ସ୍ୱଭାବିକ କରିଛି । ଆଜି ଠାରୁ ପୁରୀରୁ ଯାତାୟତ ସମସ୍ତ ରେଳ ଚଳାଚଳକୁ ପୂର୍ବତଟ ରେଲୱେ ସ୍ୱଭାବିକ କରିଛି । ଏନେଇ ପୂର୍ବରୁ ଘୋଷଣା କରାଯାଇଥିଲା । ସମସ୍ତ ଏକ୍ସପ୍ରେସ ,ମେମୁ ,ପାସେଞ୍ଜର ଟ୍ରେନକୁ ସ୍ୱଭାବିକ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ବାତ୍ୟା ଫୋନି ଭୟଙ୍କର ରୂପ ନେବ ବୋଲି ପୂର୍ବାନୁମାନ କରି କ୍ଷୟକ୍ଷତିକୁ ଦୃଷ୍ଟି ଦେଇ ପୁରୀ ଠାରୁ ସମସ୍ତ ଟ୍ରେନ ଚଳାଚଳ ମେ ପହିଲାରୁ ବାଧାପ୍ରାପ୍ତ କରାଯାଇଥିଲା ।